ଭାଇରାଲ୍ ଭିଡିଓ: ବିଦାୟୀ ସମୟରେ ଜଣେ କନ୍ୟାର ପରିବାର ଲୋକେ ଯେ କେତେ ଭାବପ୍ରବଣ ହୋଇଥାନ୍ତି ତାହା ହୁଏତ କହିବାର କୌଣସି ଆବଶ୍ୟକତା ନାହିଁ। ଆଜିକାଲି ଯଦିଓ ସେ ଦୃଶ୍ୟ ବେଶୀ ଦେଖିବାକୁ ମିଳୁନାହିଁ, ମାତ୍ର ଆଗରୁ ଝିଅ ବାହା ହୋଇ ବିଦା ହେବା ବେଳେ ଉଭୟ କନ୍ୟା ଓ ତାଙ୍କ ପରିବାର ଲୋକେ କାନ୍ଦି କାନ୍ଦି ଅଚେତ ହୋଇ ପଡୁଥିଲେ।
ନିକଟରେ ସୋସିଆଲ୍ ମିଡିଆରେ ଝିଅ ବିଦା ବେଳର ଏକ ଭିଡିଓ ଭାଇରାଲ୍ ହୋଇଛି। ଭିଡ଼ିଓରେ ଜେଜେମାଆ ଓ ନାତୁଣୀଙ୍କ ଅତୁଟ ଭଲପାଇବା ଦେଖି ଆପଣ ବି ଭାବପ୍ରବଣ ହୋଇପଡ଼ିବେ।
View this post on Instagram
ଭିଡିଓରେ ଦେଖିବାକୁ ମିଳିଛି କନ୍ୟା ଜଣକ ନାଲି ରଂଗର ଲେହେଙ୍ଗା ସହ ଅଳଙ୍କାର ପିନ୍ଧି ସଜେଇ ହୋଇଛନ୍ତି। ବିଦାୟୀ ପୂର୍ବରୁ ସେ ତାଙ୍କ ଜେଜେମାଆଙ୍କୁ ଦେଖା କରିବା ପାଇଁ ଯାଉଛନ୍ତି। ନାତୁଣୀକୁ ଦେଖି ବୃଦ୍ଧା ଜେଜେମାଆ ଜଣକ କାନ୍ଦି କାନ୍ଦି ଭାବପ୍ରବଣ ହୋଇ ପଡୁଛନ୍ତି। ତାଙ୍କୁ ଆଲିଙ୍ଗନ କରି କନ୍ୟା ଜଣକ ଶାନ୍ତ୍ବନା ଦେଉଥିବାର ଦେଖିବାକୁ ମିଳିଛି। କନ୍ୟା ଜଣକ ତାଙ୍କ ଜେଜେମାଆଙ୍କୁ କହୁଥିବାର ଭିଡିଓରେ ଦେଖିବାକୁ ମିଳିଛି, ‘ମୁଁ ଦୂରକୁ ପଳଉଛି କି? ବାସ୍ ୧୦ କିଲୋମିଟର ଦୂରରେ ରହୁଛି। ଯେବେ ବି ଫୋନ୍ କରିବ ମୁଁ ଆସିଯିବି।’