ବିପଦପୂର୍ଣ୍ଣ ବାଇକ୍‌ ଷ୍ଟଣ୍ଟ୍‌ କରି ସେଲ୍‌ଫି ନଉଥିବା ବେଳେ ତଳକୁ ଖସିପଡ଼ିଲେ ଯୁବକ

ଭାଇରାଲ୍‌ ଭିଡିଓ: ବେଳେ ବେଳେ ସେଲ୍‌ଫି ନେବାର ନାଶା ଭାରି ମହଙ୍ଗା ପଡ଼େ। ସୋସିଆଲ୍‌ ମିଡିଆ ଦ୍ବାରା ଯୁବପିଢ଼ିମାନେ ଏତେ ପରିମାଣରେ ପ୍ରଭାବିତ ହୋଇ ରହିଛନ୍ତି ଯେ ଗୋଟିଏ ଫଟୋ କିମ୍ବା ଗୋଟିଏ ଭିଡିଓ ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ବି ପଛାନ୍ତି ନାହିଁ। ଏହା ଏବେର ସମାଜ ପାଇଁ ନିହାତି ଭାବେ ଏକ ସାଧାରଣ କଥା ପାଲଟି ଗଲାଣି। ଟିକ୍‌ଟକ୍‌, ଇନ୍‌‌ଷ୍ଟାଗ୍ରାମ୍‌ ଓ ୟୁଟ୍ୟୁବ୍‌ ଭିଡିଓ ପାଇଁ ଜୀବନକୁ ବି ଖୁବ୍ ସାନ ମଣୁଛନ୍ତି ଯୁବପିଢ଼ି।

ନିକଟରେ ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି ଯେ ଗୋଟାଏ ବାଇକ୍‌ରେ ୨ ଜଣ ଯୁବକ ଅଛନ୍ତି। ଜ‌ଣେ ଗାଡ଼ି ଚଳାଉଥିବା ବେଳେ ଅନ୍ୟ ଜଣେ ବାଇକ୍‌ ପଛରେ ଛିଡ଼ା ହୋଇ ଷ୍ଟଣ୍ଟ୍‌ କରିବା ସହ ସେଲ୍‌ଫି ନେଉଛନ୍ତି। ବାଇକ୍‌ଟି କିଛି ବାଟ ଚାଲୁଛି। ତାପରେ ଯୁବକ ଜଣକ ଭାରସାମ୍ୟ ହରାଇ ତଳେ କଚାଡ଼ି ହୋଇ ପଡ଼ି ଯାଉଛନ୍ତି।

 

 

View this post on Instagram

 

A post shared by Bhutni_ke (@bhutni_ke_memes)

ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‌ ହେବା ପରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଭୁତ୍‌ନୀ କି ମିମ୍‌ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ୍‌ରେ ଏହି ଭିଡିଓ ପୋଷ୍ଟ୍‌ ହୋଇଛି। ଏବେ ସୁଦ୍ଧାର ଏୟାର ଭିୟୁ ୧୦ ହଜାର ହୋଇ ସାରିଲାଣି।

ସମ୍ବନ୍ଧିତ ଖବର