ବିବାହ ଭୋଜିରେ ସାଙ୍ଗମାନେ ବର-ବଧୂଙ୍କୁ ଦେଲେ ବଡ଼ ଉପହାର, ପେଟି ଖୋଲିବା ପରେ…

ନୂଆଦିଲ୍ଲୀ: ବିବାହରେ ବର ଏବଂ କନ୍ୟାର ପ୍ରବେଶ, ମଞ୍ଚରେ ଫଟୋ ସୁଟ୍, କମେଡି ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଆପଣ ଭାଇରାଲ୍ ହେଉଥିବା ଅନେକ ଭିଡିଓ ଦେଖିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଭିଡିଓ ଦେଖାଇବାକୁ ଯାଉଛୁ ଯାହା ଆପଣଙ୍କୁ ହସାଇ ହସାଇ ବେଦମ କରିବ। କିଛି ସାଙ୍ଗ ନିଜର ସାଙ୍ଗର ବିବାହ ‌ଭୋଜିରେ ଦେଇଥିବା ଉପହାରର ଭିଡିଓ ଏବେ ଚାରିଆଡେ ଭାଇରାଲ‌ ହେବାରେ ଲାଗିଛି। ସାଙ୍ଗମାନେ ଯେତେବେଳେ ଉପହାର ପେଟିକୁ ‌ଧରି ଷ୍ଟେଜ ଉପରକୁ ଆସୁଛନ୍ତି, ସେତେବେଳେ ପେଟି ଭିତରେ କ’ଣ ରହିଛି, ସେ ପ୍ରଶ୍ନ ସମସ୍ତଙ୍କ ମନରେ ଆସୁଛି। ପେଟି ଉପରେ ୱାସିଂ ମେସିନ ଲେଖାଥିବାରୁ ଭିତ‌ରେ ୱାସିଂ ମେସିନ ଥିବ ବୋଲି ଲୋକେ ଭାବୁଥିବା ବେଳେ ଶେଷରେ ଅସଲ ଘଟଣାଟି ସାମ୍ନାକୁ ଆସୁଛି।

 

View this post on Instagram

 

A post shared by The ShaadiSwag 💞 (@theshaadiswag)

ଭାଇରାଲ ଭିଡିଓରେ ଦେଖାଯାଉଛି ଯେ, କିଛି ଯୁବକ ୱାସିଂ ମେସିନ ଲେଖାଥିବା ପେଟିକୁ ଧରି ଷ୍ଟେଜ ଆଡକୁ ଆସୁଛନ୍ତି। ଷ୍ଟେଜ ଉପରେ ଚଢ଼ିବା ପରେ ସେଠାରେ ଥିବା ବର-ବଧୂଙ୍କ ସହ ଉପହାର ଧରି ଫଟୋ ଉଠାଉଛନ୍ତି। ଫଟୋ ଉଠାଇ ସାରିବା ପରେ ଅସଲ ଘଟଣାଟି ସାମ୍ନାକୁ ଆସୁଛି। ଫଟୋ ଉଠି ଆସିବା ପରେ ପେଟି ଭିତରେ କିଛି ନଥିବା ଜଣାପଡ଼ୁଛି। ଥଟ୍ଟା କରିବା ଉଦ୍ଦେଶ୍ୟରେ ଖାଲି ପେଟି ଧରି ସାଙ୍ଗମାନେ ଷ୍ଟେଜ ଉପରକୁ ଆସିଥିବା ଜଣାପଡ଼ୁଛି।

ସମ୍ବନ୍ଧିତ ଖବର