ପ୍ରଥମେ ଲାଜ କରିବା ପରେ ନବବଧୂ ଯେଉଁ ଭଳି ଭାବରେ ନାଚିବା ଆରମ୍ଭ କଲେ, ତା’କୁ ଦେଖି ଲାଜେଇ ଗଲା ବର, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ : ପୂର୍ବରୁ ଏଭଳି ଅନେକ ଭାଇରାଲ ଭିଡିଓ ଆମେ ଆପଣଙ୍କୁ ଦେଖାଇଛୁ । ବିବାହ ସମୟରେ ଘଟୁଥିବା ଅଘଟଣ ବା କିଛି ମଜାଦାର ଘଟଣାର ଭିଡିଓ ପୂର୍ବରୁ ମଧ୍ୟ ଆସିଛି । କିଛି ଭିଡିଓରେ ବର କନ୍ୟାକୁ ଚାପୁଡ଼ା ମାରୁଥିବାର ଦେଖା ଯାଇଥିବା ବେଳେ କିଛି ଭିଡିଓରେ ବର ମୂର୍ଚ୍ଛା ହୋଇ ପଡ଼ି ଯାଉଥିବା ଦେଖା ଯାଇଥିଲା । ଏବେ ପୁଣି ଏକ ସେଭଳି ଭିଡିଓ ସାମ୍ନାକୁ ଆସିଛି । ଯେଉଁ ଭିଡିଓକୁ ଏ ପର୍ଯ୍ୟନ୍ତ ୩୪ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ।

bhaskar.com

ଭିଡିଓରେ ବିବାହ ପରେ ବର-କନ୍ୟା ଆସିବା ପରେ ତାଙ୍କ ସଂପର୍କୀୟମାନେ କନ୍ୟାକୁ ନାଚିବା ପାଇଁ କହୁଛନ୍ତି । ଏହା ପରେ କଣ୍ଠଶିଳ୍ପୀ ଗୁରୁ ରନ୍ଧାଓ୍ଵାଙ୍କ ଗୀତ ‘ଇଶାରେ ତେବେ କଙ୍ଗନେ ନି’ ଗୀତ ବାଜିବା ଆରମ୍ଭ ହେଉଛି । ଏହି ଗୀତ ଶୁଣି କନ୍ୟା ପ୍ରଥମେ ଲାଜ କରୁଥିବା ବେଳେ ପରେ ନାଚିବା ଆରମ୍ଭ କରୁଛି । କନ୍ୟାର ନାଚ ଦେଖି ବର ଲାଜେଇ ଯାଉଥିବା ଦେଖା ଯାଇଛି ।

bhaskar.com
ସମ୍ବନ୍ଧିତ ଖବର