ଭାଇରାଲ୍ ଭିଡିଓ: ସୋସିଆଲ୍ ମିଡିଆରେ ଅନେକ ସମୟରେ ଅନେକ ପ୍ରକାରର ମଜାଦାର ଭିଡ଼ିଓ ସବୁ ଦେଖିବାକୁ ମିଳିଥାଏ। ନିକଟରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଭିଡିଓର କେହି କେହି ମଜା ଉଠାଇଥିବା ବେଳେ ଆଉ କେହି ସେଥିରେ ସମବେଦନା ଜଣାଇଛନ୍ତି। ଭିଡିଓଟିକୁ ପଞ୍ଜାବୀ ଇଣ୍ଡଷ୍ଟ୍ରି ନାମକ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ପୋଷ୍ଟ୍ ହୋଇଥିବାର ଦେଖିବାକୁ ମିଳିଛି।
ଭିଡିଓଟି ପୋଷ୍ଟ୍ ହେବା ପରେ ଇନ୍ଷ୍ଟାଗ୍ରାମ୍ ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ରଖିଛନ୍ତି। କେହି କେହି ବ୍ୟକ୍ତିଙ୍କର ଖୁବ୍ ପ୍ରଶଂସା କରିଥିବା ବେଳେ ଆଉ କେହି ହସିଥିବା ବି ଦେଖିବାକୁ ମିିଳିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଏକ ଝିଅକୁ ସାହାଯ୍ୟ କରିବାକୁ ଯାଇ ନିଜେ ତଳେ ପଡ଼ି ଯାଉଛନ୍ତି।
View this post on Instagram
ବ୍ୟକ୍ତି ଜଣକ ନିଜ ଅଫିସ୍ର ଚେୟାରରେ ବସି କାମ କରୁଛନ୍ତି। ସେହି ସମୟରେ ସେ ଦେଖୁଛନ୍ତି ଯେ ଜଣେ ଝିଅ ସେହି ଅଫିସ୍ରୁ ବାହାରିବାକୁ ଚାହୁଁଛନ୍ତି। ହେଲେ ତାଙ୍କ ହାତରେ ବହୁତ ସାରା ଜିନିଷ ଥିବାରୁ ସେ କବାଟ ଖୋଲିବାକୁ ଅସମର୍ଥ। ସେହି କାରଣରୁ ବ୍ୟକ୍ତି ଜଣକ ନିଜ ଚେୟାରରୁ ଉଠି କବାଟ ଖୋଲି ଦଉଛନ୍ତି। କବାଟ ଖୋଲି ସାରି ପୁଣି ଥରେ ନିଜ ଚେୟାରରେ ବସିବାକୁ ଯାଉ ଯାଉ ତଳେ ଖସି ପଡୁଛନ୍ତି। ଚେୟାରଟି ଟିକେ ପଛକୁ ହଟି ଯାଇଥିବାରୁ ବ୍ୟକ୍ତି ଜଣକ ଏହି ଅସୁବିଧାକୁ ସାମ୍ନା କରୁଛନ୍ତି।
ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଏହାର ଭିୟୁ ହୋଇ ସାରିଲାଣି ୮,୩୦୦। ଏହି ଘଟଣା ସିସିଟିଭି ଦ୍ବାରା ରେକର୍ଡ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Untitled-49.jpg)