ସତ ହେଲା ବୁଢ଼ୀ ମା’ଠାରୁ ଶୁଣିଥିବା କଇଁଛ-ଠେକୁଆ ଗପ

ବୁଢ଼ୀ ମାର କାହାଣୀ ପେଡିର ଏକ ଖାସ ଗପ ଭାବେ ପରିଚିତ କଇଁଛ-ଠେକୁଆ ଗପ ଆପଣ ନିଶ୍ଚିତ ଶୁଣିଥିବେ | କାହାଣୀର ମାୟା ଜାଲ ଭିତରେ ଏହି ଗପ ନୀତିଶିକ୍ଷା ବି ଦେଇଥାଏ | ଲଗାତାର ପରିଶ୍ରମ କରିବା ଓ ବାଟରେ ଅଟକି ନ ଯିବା ଜଣଙ୍କୁ ସଫଳତାର ମାର୍ଗ ଦେଖାଇଥାଏ | ତେବେ କେବେ ଭାବିଛନ୍ତି କି ବୁଢ଼ୀ ମାର ଗପ ବି ବାସ୍ତବରେ ସତ ହୋଇଥାଏ | କଇଁଛ ଠେକୁଆଙ୍କ ଗପ ଏବେ ସତ ହୋଇଛି | ଆଇପିଏସ ଅଫିସର ଅରୁଣ ବୋଥ୍ରା ନିଜ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି |


ଯେଉଁଥିରେ କଇଁଛ ଠେକୁଆଙ୍କ ମଧ୍ୟରେ ପ୍ରତିଯୋଗିତା ଓ ଶେଷରେ କଇଁଛ ବିଜୟୀ ହେବାର ଦେଖିବାକୁ ମିଳିଛି | ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଛୋଟ ଟ୍ରାକରେ ଠେକୁଆ ଓ କଇଁଛକୁ ଉପସ୍ଥିତ ଲୋକ ରଖିଛନ୍ତି | ଏହା ପରେ କଇଁଛଟି ଧୀରେ ଧୀରେ ଚାଲିବା ଆରମ୍ଭ କରିଛି | ଠେକୁଆଟି ଦ୍ରୁତଗତିରେ କିଛି ବାଟ ଯାଇ ଅଟକି ଯାଇଛି | ସେଠାରେ ଉପସ୍ଥିତ ଦର୍ଶକଙ୍କୁ ଦେଖୁଥିବାବେଳେ କଇଁଛଟି ନ ଅଟକି ଧୀରେ ଧୀରେ ଚଳିବାରେ ଲାଗିଛି | ଶେଷରେ ଠେକୁଆକୁ ପଛରେ ପକାଇ କଇଁଛ ନିର୍ଦ୍ଧାରିତ ସୀମାକୁ ଅତିକ୍ରମ କରି ବିଜୟୀ ହୋଇଛି |

ଅରୁଣ ବୋଥ୍ରାଙ୍କ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରଲ ହୋଇଥିବାବେଳେ ବହୁ ସଂଖ୍ୟାରେ ଲୋକ ଏହାକୁ ଦେଖିଛନ୍ତି | ଏହି ଭିଡିଓଟି ବହୁତ ପୁରୁଣା, କିନ୍ତୁ ଆଇପିଏସ୍ ଅଧିକାରୀଙ୍କ ସେୟାର କରିବା ପରେ ଏହା ପୁଣି ଭାଇରାଲ ହେବାରେ ଲାଗିଛି | ଭିଡିଓ ସେୟାର କରିବାବେଳେ ଅରୁଣ ବୋଥ୍ରା କ୍ୟାପସନରେ ଲେଖିଛନ୍ତି, ପରିବାରର ପରମ୍ପରା ବ୍ୟକ୍ତିଗତ ପ୍ରତିଷ୍ଠା ପୂର୍ବରୁ ଆସିଥାଏ।

ସମ୍ବନ୍ଧିତ ଖବର