ଗଭୀର ପାଣିକୁ ଯାଉଥିବା ବେଳେ ଛୋଟ ଝିଅର ଜୀବନ ଏଭଳି ବଞ୍ଚାଇଲା କୁକୁର, ଭାଇରାଲ ହେଲା ଭିଡିଓ…

ମୁମ୍ବାଇ : ଅନେକ ସମୟରେ ଲୋକେ ସୋସିଆଲ ମିଡିଆରେ ନିଜ ପୋଷା କୁକୁରର ଫଟୋ ଏବଂ ଭିଡିଓ ସେୟାର କରିଥାନ୍ତି । ଯାହା ପରବର୍ତ୍ତୀ ମୂହୁର୍ତ୍ତରେ ଭାଇରାଲ ହୋଇଥାଏ । ଏବେ ସେଭଳି ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ଜଣେ କୁକୁର ଏକ ଛୋଟ ଝିଅକୁ ଗଭୀର ପାଣି ଭିତରକୁ ଯିବାକୁ ରୋକୁଛି । ଭିଡିଓଟି ପୋଷ୍ଟ କରାଯିବା ପରେ ଏବେ ତାହା ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହୋଇଥିବା ଭିଡିଓରେ, ଛୋଟ ଝିଅଟି ଖେଳୁଥିବା ସମୟରେ ବଲଟି ପାଖରେ ଥିବା ନଦୀରେ ପଡ଼ି ଯାଉଛି । ଏହା ଦେଖି ଝିଅଟି ନଦୀ କୂଳକୁ ଚାଲି ଯାଉଥିବା ବେଳେ କୁକୁରଟି ଶିଶୁଟିକୁ ପଛପଟୁ ଟାଣି ପଛକୁ ନେଇ ଆସୁଥିବା ଦେଖିବାକୁ ମିଳିଛି । ଏହା ପରେ କୁକୁର ନିଜେ ପାଣି ଭିତରକୁ ଯାଇ ପାଣିରେ ପଡ଼ିଥିବା ବଲଟିକୁ ଆଣୁଛି । ୧୬ସେକେଣ୍ଡର ଏହି ଭିଡିଓ ଲୋକଙ୍କୁ ବହୁତ କିଛି ଶିଖାଇଛି ।

ସମ୍ବନ୍ଧିତ ଖବର