‘କଚା ବାଦାମ’ ଗୀତରେ ନୃତ୍ୟ ପ୍ରଦର୍ଶନ କରି କୁନି ଝିଅ ଭାଇରାଲ୍‌

ଗାନ୍ଧୀନଗର: ଆପଣ ଏଇ କିଛି ଦିନ ମଧ୍ୟରେ ‘କଚା ବାଦାମ’ ଗୀତରେ ଅନେକ ନୃତ୍ୟ ଭିଡିଓ ଦେଖି ସାରିଥିବେ। ବଲିଉଡ୍‌ ସେଲିବ୍ରେଟିରୁ ଆରମ୍ଭ କରି ଆହୁରି ଅନେକ ଜଣାଶୁଣା ବ୍ୟକ୍ତିତ୍ବ ବଙ୍ଗାଳୀ ବାଦାମ ବିକାଳୀ ଭୁବନ ବାଦ୍ୟାକାରଙ୍କର ଏହି ଗୀତରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିଥିବେ।

 

ନିକଟରେ ଏକ କୁନି ଝିଅର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। କୁନି ଝିଅଟି ‘କଚା ବାଦାମ’ ଗୀତରେ ନାଚୁଥିବାର ଦେଖିବାକୁ ମିଳିଛି। ଏହି ଭିଡିଓଟିକୁ ନିଜ ଟ୍ବିଟର୍‌ ଆକାଉଣ୍ଟ୍‌ରେ ସେୟାର କରିଛନ୍ତି ଆଇଏଏସ୍‌ ଅଧିକାରୀ ଅୱାନିସ ସରଣ। ସେ ଭିଡିଓଟିରେ କ୍ୟାପ୍‌ସନ୍‌ ଦେଇଛନ୍ତି, ‘କ୍ୟୁଟେଷ୍ଟ୍‌(କୌତୂକିଆ) କଚା ବାଦାମ’।

 

ଏହି ଭିଡିଓଟିକୁ ମହିଳା ଓ ଶିଶୁ ବିଭାଗର ଉପ ନିର୍ଦ୍ଦେଶିକା ନେହା କନ୍ଥାରିୟା ସେୟାର କରି ଲେଖିଛନ୍ତି, ‘ଏହି ଟ୍ରେଣ୍ଡ୍‌ କେବଳ ସହର ଅଞ୍ଚଳ ପାଇଁ ନୁହେଁ, ଏହା ଗ୍ରାମାଞ୍ଚଳରେ ବି ବେଶ୍‌ ପ୍ରସିଦ୍ଧ। ଗୁଜୁରାଟର ଅଙ୍ଗନୱାଡ଼ି କେନ୍ଦ୍ରର ଏହି କୁନି ବାଳିକାଙ୍କ ନୃତ୍ୟ ବେଶ୍‌ ସୁନ୍ଦର ହୋଇଛି’।

ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ଏହି ଭିଡିଓଟିକୁ ଦେଖି ବେଶ୍‌ ପସନ୍ଦ କରିଛନ୍ତି।

ସମ୍ବନ୍ଧିତ ଖବର