ନିଜ ଛୁଆ ପ୍ରତି ବିପଦ ‌ଦେଖି ଜେସିବି ସାମ୍ନାକୁ ଚାଲି ଆସିଲା ମା’ ପକ୍ଷୀ

ନୂଆଦିଲ୍ଲୀ: ଏହି ଦୁନିଆରେ ମା’ଠାରୁ ବଡ଼ କେହି ନାହାଁନ୍ତି । ସେ ପଶୁପକ୍ଷୀ ହୁଅନ୍ତୁ ଅବା ମଣିଷ। ନିଜ ପିଲାମାନଙ୍କ ପାଇଁ ଜଣେ ମାତା ଏକାକୀ ସମଗ୍ର ବିଶ୍ୱ ସହିତ ଲଢ଼ିବାକୁ ପ୍ରସ୍ତୁତ ହୋଇଯାଇଥାଏ। ଯେତେବେଳେ ପିଲାଟି ଅସୁବିଧାରେ ପଡ଼େ, ମା ନିଜ ଜୀବନକୁ ଖାତିର ନକରି ସନ୍ତାନକୁ ସୁରକ୍ଷା ଦେବାକୁ ଆଗେଇ ଯାଇଥାଏ।

ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଏକ ପକ୍ଷୀ ନିଜ ପିଲାକୁ ସୁରକ୍ଷା ‌ଦେବାକୁ ଯାଇ ଜେସିବି ସାମ୍ନାରେ ଛିଡ଼ା ହୋଇଯାଇଥିବା ଦେଖିବାକୁ ମିଳୁଛି।

ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଏକ ପକ୍ଷୀ ଗୋଟିଏ ସ୍ଥାନରେ ଅଣ୍ଡା ଦେଇ ବସିଥିଲା। ଏହି ସମୟରେ ସେ ସେଠାରେ ଏକ ଜେସିବି ମସେିନ ଆସୁଥିବା ଦେଖିବାକୁ ପାଇଥିଲା। ଏତିକି ବେଳେ ପକ୍ଷୀଟି ନିଜ ଜୀବନକୁ ଖାତିର ନକରି ଜେସିବି ସାମ୍ନାରେ ଛିଡ଼ା ହୋଇଯାଇଥିଲା।

ଏହି ଭିଡିଓକୁ ଆଇଏଏସ୍ ଅଧିକାରୀ ଅବନୀଶ ଶରଣ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି। ଭିଡିଓ ଦେଖନ୍ତୁ-

 

ଭିଡିଓଟି ଏତେ ଜବରଦସ୍ତ ଯେ ଏହା ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଭ୍ୟୁ ପାଇଛି । ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ‌ଲେଖିଛନ୍ତି, ପଶୁପକ୍ଷୀମାନେ କଥା କହି ପାରନ୍ତି ନାହିଁ। ତେଣୁ ଆମେ ମଣିଷମାନେ ସେମାନଙ୍କୁ ନିର୍ଯାତନା ଦେବା ବନ୍ଦ କରିବା ଉଚିତ। ସେମାନେ କିପରି ସୁରକ୍ଷିତ ଜୀବନ ଯାପନ କରିବେ ସେ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ।

ସମ୍ବନ୍ଧିତ ଖବର