ରାସ୍ତା ମଝିରେ ଗାଡ଼ିକୁ ଅଟକାଇ ଏଭଳି କାମ କଲା ବାଘ: ଭିଡିଓ ସେୟାର କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ।ଦେଶର ଜଣେ ଜଣାଶୁଣା ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟର ଆକାଉଣ୍ଟରେ ପ୍ରତିଦିନ କିଛି ଭିଡିଓ କିମ୍ବା ପୋଷ୍ଟ ସେୟାର କରିଥାନ୍ତି। ଏହା ପ୍ରେରଣାଦାୟକ ହେଉ ଅବା ମଜାଳିଆ। ଗୁରୁବାର ଦିନ ଆନନ୍ଦ ମହିନ୍ଦ୍ରା ଏକ ଭିଡିଓ ଟ୍ୱିଟ୍ କରିଛନ୍ତି ଯେଉଁଥିରେ ଏକ ବାଘ ରାସ୍ତା ମଝିରେ ଏକ ଗାଡ଼ିକୁ ଅଟକାଉଥିବା ଦେଖିବାକୁ ମିଳୁଛି।

ଆନନ୍ଦ ମହିନ୍ଦ୍ରା ଦ୍ବାରା ସେୟାର କରାଯାଇଥିବା ପୋଷ୍ଟରେ ଆପଣ ଏକ ବାଘର ଭିଡିଓ ଦେଖିପାରିବେ। ବାଘକୁ ଦେଖିବା ପରେ ପ୍ରଥମେ ଚାଳକ ଗାଡ଼ିକୁ ମନ୍ଥର କରି ତା’ପରେ ଅଟକାଇ ଦେଇଥିଲେ। ଏହାପରେ ବାଘ କାରର ପଛ ପଟକୁ ଯାଇ ସେଥିରେ ଲାଗିଥିବା ରବରକୁ କାମୁଡ଼ିଥିଲା।

 

ଏପରି କରିବା ସମୟରେ ବାଘ ଗାଡ଼ିକୁ ପ୍ରାୟ ୨ ରୁ ୪ଫୁଟ ପର୍ଯ୍ୟନ୍ତ ପଛକୁ ଘୋଷାଡି ନେଇଥିଲା। ଏଭଳି ଘଟଣା ଘଟିବା ସମୟରେ ଗାଡ଼ି ଭିତରେ ବସିଥିବା ଲୋକମାନେ ଭୟଭୀତ ହୋଇଯାଇଥିଲେ। ତେବେ ସମାନ ମାର୍ଗ ଦେଇ ଯାଉଥିବା ଏକ ବସ୍‌ରେ ବସିଥିବା ଜଣେ ବ୍ୟକ୍ତି ଏହି ଭିଡିଓକୁ ମୋବାଇଲ କ୍ୟାମେରାରେ ରେକର୍ଡ କରି ଦେଇଥିଲେ। ଆଉ ପରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହାକି ଭାଇରାଲ ହୋଇଯାଇଥିଲା।

 

ସମ୍ବନ୍ଧିତ ଖବର