ରେଳ ଧାରଣାରେ ହାତୀକୁ ଦେଖି ଜରୁରୀକାଳୀନ ବ୍ରେକ୍ ଦବାଇ ଟ୍ରେନ ଅଟକାଇଲେ ଚାଳକ, ଭିଡିଓ ଭାଇରାଲ ପରେ ପ୍ରଶଂସା କରିବାରେ ଲାଗିଛନ୍ତି ଲୋକେ
କୋଲକାତା : କିଛି ଦିନ ତଳେ ପଶ୍ଚିମବଙ୍ଗରେ ଏକ ହାତୀ କ୍ଷତାକ୍ତ ଅବସ୍ଥାରେ ରେଳ ଧାରଣାରେ ପଡ଼ିଥିବାର ଦେଖାଯାଇଥିଲା, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ହାତୀ ଶରୀରରେ ଅନେକ ଆଘାତ ଲାଗିଥିବା ଦେଖାଯାଇଥିଲା । ଆଘାତ ପାଇଁ ହାତୀଟି ଠିକ୍ ଭାବରେ ଉଠି ନ ପାରିବା ସହ ଏଭଳି ଅବସ୍ଥା ଦେଖି ଲୋକେ ସୋସିଆଲ ମିଡିଆରେ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ । ଜଙ୍ଗଲ ମଧ୍ୟ ଦେଇ ଯାଇଥିବା ରେଳ ଧାରଣାରେ ଅନେକ ବନ୍ୟଜନ୍ତୁ ଯିବା ଆସିବା କରୁଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ଅଧିକାରୀମାନେ ନେଉଥିବା ପଦକ୍ଷପ ଉପରେ ଲୋକେ ପ୍ରଶ୍ନ ଉଠାଇଥିଲେ । ତେବେ ଟ୍ରେନ୍ ଧକ୍କାରେ ଅନେକ ହାତୀ ମୃତ୍ୟୁର ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ଜଣେ ଟ୍ରେନ ଚାଳକ ହାତୀକୁ ବଞ୍ଚାଇବା ପାଇଁ ଟ୍ରେନ ରୋକି ଦେଇଥିବା ଦେଖାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
Today morning at 8.30 hrs, #AlertCrew of 55726 Dn Sri Uttam Barua & D.D.Kumar suddenly noticed that a Wild Elephant was walking along the track at Km 71/7 betn NKB- CLD & stopped train immediately with Emergency brake. @RailNf @wti_org_india @RailMinIndia pic.twitter.com/EkSFEW9KGe
— DRM APDJ (@drm_apdj) October 14, 2019
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଦେଖି ଲୋକେ ଟ୍ରେନ ଚାଳକଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି । ଟୁଇଟ୍ କରାଯାଇଥିବା ଭିଡିଓର କ୍ୟାପ୍ସନରେ ଲେଖାଯାଇଛି କି, ସକାଳ ୮ଟା ୩୦ମିନିଟ୍ରେ ରେଳ ଧାରଣାରେ ହାତୀକୁ ଯାଉଥିବାର ଦେଖି ଟ୍ରେନ୍ ପାଇଲଟ୍ ଉତ୍ତମ ବରୁଆ ଓ ଡି.ଡି କୁମାର ଜରୁରୀକାଳିନ ବ୍ରେକ୍ ଦବାଇଥିଲେ । ପରେ ହାତୀଟି ଧାରଣା ଉପରୁ ଓହ୍ଲାଇଯିବା ପରେ ଟ୍ରେନଟି ଆଗକୁ ବଢ଼ିଥିଲା । ଭିଡିଓରେ ମଧ୍ୟ ହାତୀଟିକୁ ଧାରଣା ଉପରେ ଚାଲି ଚାଲି ଯାଇ ଓହ୍ଲାଉଥିବାର ଦେଖିବାକୁ ମିଳିଛି । ତେବେ ଚାଳକଙ୍କ ପାଇଁ ହାତୀଟିର ଜୀବନ ବଞ୍ଚି ପାରିଥିବା କୁହାଯାଉଛି । ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ଟ୍ରେନ ଚାଳକଙ୍କ କାମକୁ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି ।
I know you will find it painful & schocking. But such things are happening & require our attention. FD team reached location on time, provided medical help also. We don’t know much about internal injury. A team stayed near him in night. Video to ponder. pic.twitter.com/DNZUzNfjN2
— Parveen Kaswan, IFS (@ParveenKaswan) September 28, 2019