ସିଡ୍ନୀ: ଅଷ୍ଟ୍ରେଲିଆରେ ଜଣେ ମହିଳା ତାଙ୍କ ରୋଷେଇ ଘରେ ଚୋର ପଶିଛି ବୋଲି ଭାବି ଦେଖିଲା ବେଳକୁ ସେଠାରେ ଏକ ବିରାଟ ଅଜଗରକୁ ଦେଖିବାକୁ ପାଇଥିବା ଏକ ଭାଇରାଲ୍ ଭିଡିଓରୁ ଜଣାପଡ଼ିଛି। ସେ ରାତିରେ ଶୋଇଥିବା ବେଳେ ତାଙ୍କ ରୋଷେଇ ଘରୁ କିଛି କାଚ ଭାଙ୍ଗିବାର ଶବ୍ଦ ଅସିଥିଲା। ସେ ଘରେ ଚୋର ପଶିଛି ଭାବି ତୁରନ୍ତ ସ୍ଥାନୀୟ ପୁଲିସ୍କୁ ଖବର ଦେଇଥିଲେ।
ସ୍ଥାନୀୟ ପୁଲିସ୍ ଆସି ଯେତେବେଳେ ମହିଳାଙ୍କ ରୋଷେଇ ଘର ଯାଞ୍ଚ୍ କରିଥିଲେ ସେଠାରେ ଏକ ଥାକ ଉପରେ ଅଜଗର ଗୁଡ଼େଇ ହୋଇଥିବାର ଦେଖିବାକୁ ମିଳିଥିଲା। ସାପଟିକୁ ଦେଖିବା ପରେ ସାପ ଧରାଳିକୁ ଡକାଯାଇ ତାକୁ ଧରାଯାଇଥିଲା ଓ ସେହି ସମୟର ଏକ ଭିଡିଓ ଏବେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି।
ଭିଡିଓଟି ପ୍ରଥମେ ଫେସ୍ବୁକ୍ରେ ପୋଷ୍ଟ୍ ହେବା ପରେ ତାହାକୁ ଅନେକ ଲୋକ ଦେଖି ସାରିଲେଣି। ସାପଟିକୁ କିପରି ଭାବେ ଧରାଯାଇଛି ତାହା ଭିଡିଓରେ ଦେଖିବାକୁ ମିଳିଛି।