ନିକଟରେ ଭାରତୀୟ କ୍ରିକେଟ୍ ଖେଳାଳି ବିରାଟ କୋହ୍ଲି ଏବଂ ବଲିଉଡ଼୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କର ବିବାହ ହୋଇଛି।ଏହାସହିତ ଏହି କ୍ୟୁଟ୍ କପୁଲ୍ ସେମାନଙ୍କ ସଂପର୍କକୁ ବହୁତ ଭଲ ବୁଝାମଣାର ସହିତ ମଧ୍ୟ ନିଭାଇଛନ୍ତି ।ଏଥିସହିତ ଅନୁଷ୍କାଙ୍କୁ ଯଦି କେହି କମେଣ୍ଟ୍ ଦିଅନ୍ତି,ଏଥିପାଇଁ ବିରାଟ୍ ନା ଯେ କେବଳ ଅନୁଷ୍କାଙ୍କୁ ସପୋର୍ଟ କରନ୍ତି ,ତା ନୁହେଁ ବରଂ ସେ ବିରୋଧ କରୁଥିବା ବ୍ୟକ୍ତିକୁ ଜବାବ୍ ଦେବାକୁ ମଧ୍ୟ ପଛାନ୍ତି ନାହିଁ।ତେବେ ରିଲେସନ୍ସିପ୍ରେ ରହିବା ପରେ ବି ଏମାନେ ନିଜ ନିଜ ସଂପର୍କକୁ ବ୍ୟକ୍ତିଗତ ରଖିବାକୁ ଯଥସମ୍ଭବ ପ୍ରୟାସ କରିଥିଲେ। ଯେଉଁଥିରୁ କି ସମସସ୍ତଙ୍କୁ ବିରାଟ ଏବଂ ଅନୁଷ୍କାଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳୁଛି,ଯାହାକି ଯେ କୌଣସି ସଂପର୍କକୁ ବି ମଜ୍ଭୁତ୍ କରିପାରେ!ତେବେ ଆଜି ଆମେ ଆପଣଙ୍କୁ ବିରାଟ-ଅନୁଷ୍କାଙ୍କ ସଂପର୍କ ମଜ୍ଭୁତ୍ ହେବାର ୪ଟି କାରଣ ବିଷୟରେ ଜଣାଉଛୁ..
/sambad/media/post_attachments/wp-content/uploads/2018/01/virat-kohli-anushka-mumbai-reception-indiatoday-300x187.jpg)
୧-ପ୍ରଥମତଃ ଏହି ଯୋଡ଼ି ସେମାନଙ୍କ ସଂପର୍କକୁ ସର୍ବଦା ହିଁ ପ୍ରାଇଭେଟ୍ ରଖିଥିଲେ।
୨-ପରିବାରକୁ ଅଧିକ ଗୁରୁତ୍ୱ ଦେବା ବିରୁଷ୍କାଙ୍କ ଯୋଡ଼ିଙ୍କ ସଂପର୍କ ମଜ୍ଭୁତ୍ ହେବାର ଅନ୍ୟ ଏକ ପ୍ରମୁଖ କାରଣ ଅଟେ।
୩-ଏଥିସହିତ ପ୍ରତ୍ୟେକଟି ଖରାପ ପରିସ୍ଥିତିରେ ଏହି ଯୋଡ଼ି ଉଭୟ ଉଭୟଙ୍କ ହାତକୁ କଦାପି ହେଲେ ବି ଛାଡ଼ିନଥିଲେ;ଯାହାକି ଏମାନଙ୍କ ମଜ୍ଭୁତ୍ ସଂପର୍କର ଅନ୍ୟ ଏକ କାରଣ ଅଟେ।
୪-ଏତଦ୍ବ୍ୟତୀତ ଏହି ଯୋଡ଼ି ଅଲଗା ଅଲଗା କ୍ଷେତ୍ରରେ ନିଜର କ୍ୟାରିଅର୍କୁ ଗଢ଼ିଥିଲେ ବି ନିଜ ପ୍ରଫେସନ୍କୁ କେବେ ବି ଛାଡ଼ିନଥିଲେ,ଯାହାକି ସେମାନଙ୍କ ସଂପର୍କକୁ ଆହୁରି ମଜ୍ଭୁତ୍ କରିଛି।
୫-ଆଉ ସବୁଠୁ ବଡ଼ କଥା ହେଉଛି ଏଇଆ ଯେ,ଏହି ଯୋଡ଼ି ଉଭୟ ଉଭୟଙ୍କ ସହିତ ସମୟ ବିତାଉଥିଲେ, ଯାହାକି ଏମାନଙ୍କ ସଂପର୍କ ମଜ୍ଭୁତ ହେବାର କାରଣ ।