ଦୁବାଇ: ଭାରତ-ପାକିସ୍ତାନ ମହାମୁକାବିଲାରେ ଭାରତ ବାଜି ମାରିନେଇଛି । ଇତିମଧ୍ୟରେ ଦୁବାଇ ଦଙ୍ଗଲକୁ ଦୁଇ ଦିନ ବିତିଗଲାଣି । ଦୁବାଇ ଷ୍ଟାଡିୟମ ରବିବାର ରଣକ୍ଷେତ୍ର ପାଲଟିଥିଲା ଦୁଇ ଦଳର ଖେଳାଳିଙ୍କ ପାଇଁ । ସମସ୍ତେ ନିଜ ନିଜ ଦଳର ବିଜୟ ପାଇଁ ଲଢେଇ କରିଥିବା ବେଳେ ଟିମ୍ ଇଣ୍ଡିଆର ବିଜୟ ଏବଂ ପାକିସ୍ତାନର ପରାଜୟ ହୋଇଥିଲା ଆଉ ୟା ଭିତରେ ଚାମ୍ପିୟନ୍ସ ଟ୍ରଫିରୁ ପାକିସ୍ତାନ ବିଦା ବି ହୋଇ ସାରିଲାଣି କିନ୍ତୁ ଆଜି ଯାଏଁ ଭାରତ-ପାକ୍ ଖେଳର ପ୍ରତିଟି ମୁହୂର୍ତ୍ତ ଭାଇରାଲ ହେଉଛି ।

Advertisment

GkefYIzWMAAKaCY

ବିରାଟଙ୍କୁ ନେଇ ପ୍ରଶଂସା କ୍ରିକେଟ୍ ପ୍ରେମୀଙ୍କ ଭିତରେ ଏଯାଏଁ କମୁନି । ଭାରତକୁ ପାକିସ୍ତାନ ବିରୋଧରେ ସେଦିନ ବିରାଟ ହିଁ ବିଜୟ ଆଣି ଦେଇଥିଲେ । କାରଣ ୧୧୧ଟି ବଲରେ ଶତକ ମାରି ସେ ଦିନିକିଆରେ ବ୍ୟକ୍ତିଗତ ଭାବେ ୫୧ଟି ଶତକର ଅଧିକାରୀ ସାଜିଥିବା ବେଳେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଧୂଳିଚଟାଇ କୋଟି କୋଟି ଭାରତୀୟଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ କିଣି ପାରିଛନ୍ତି ।

ତେବେ ବିରାଟ ଦୁବାଇ ମ୍ୟାଚରେ ରମ୍ ବର୍ଷା କରି କେବଳ ଫର୍ମକୁ ଫେରି ନାହାନ୍ତି ବରଂ ପଡିଆରେ ନିଜର ବଡ ହୃଦୟର ପରିଚୟ ଦେଇଛନ୍ତି । ପାକିସ୍ତାନ ବ୍ୟାଟିଂ କରୁଥିବା ବେଳେ ନନ୍ ଷ୍ଟ୍ରାଇକ୍ ଏଣ୍ଡରେ ଥିବା ନଶିମ୍ ଶାଙ୍କ ଜୋତାର  ଫିତା (ଲେସ୍) ଢିଲା ହୋଇଯାଇଥିଲା  ଆଉ ସେ ପାଖରେ ଫିଲ୍ଡିଂ କରୁଥିବା ବିରାଟ କୋହଲିଙ୍କୁ ବାନ୍ଧି ଦେବାକୁ କହିଥିଲେ । 

ଆଉ ନଶିମଙ୍କ ଅନୁରୋଧ ରକ୍ଷା କରି ସଙ୍ଗେସଙ୍ଗେ ବିରାଟ ତଳକୁ ନଇଁପଡି ତାଙ୍କ ସୋ-ଲେସ୍ ବାନ୍ଧି ଦେଇଥିଲେ । ଯାହା ବିରାଟଙ୍କ ବିରାଟ ହୃଦୟର ପରିଚୟ ଦେଇଛି ଏବଂ ତାଙ୍କର ମଣିଷପଣିଆକୁ ସାରା ବିଶ୍ବ ଦେଖିଛି । ଏହି ଦୃଶ୍ୟ ନିଆଁ ଭଳି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଭାରତରୁ ପାକିସ୍ତାନ ଯାଏଁ ବିରାଟଙ୍କୁ ପ୍ରଶଂସା କରାଯାଇଛି । 

ପଡିଆରେ ହୁଏତ ଦୁଇ ଦଳ ପ୍ରତିଦ୍ବନ୍ଦ୍ବୀ ମାତ୍ର ଦୁଇ ପଡୋଶୀ ଦେଶର ଖେଳାଳିଙ୍କ ଭିତରେ ଭାଇଚାରା ଥିବା ବିରାଟଙ୍କ ଏହି ଅଙ୍ଗଭଙ୍ଗୀ ଭରା ବ୍ୟବହାର କହିଦେଉଛି । ୟୁଜର୍ସ ଏହାକୁ କ୍ରିକେଟର ସୁନ୍ଦର ଦୃଶ୍ୟ କହୁଥିବା ବେଳେ କେହିକେହି ଲେଖିଛନ୍ତି ଦୋସ୍ତ ହେ ହମ୍ ଦୁଷ୍ମନ୍ ନେହିଁଟ୍ଟ.ଖେଲ ହେ ୟେ କୋଇ ଜଙ୍ଗ ନେହିଁ । ତେବେ ଚାମ୍ପିଅନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମ୍ୟାଚର ଏ ଦୃଶ୍ୟ ସାରା ବିଶ୍ବର ମନ ମୋହି ନେଇଛି । 

ଦୋସ୍ତ ହେ ହମ୍ ଦୁଷ୍ମନ୍ ନେହିଁ….ଖେଲ ହେ ୟେ କୋଇ ଜଙ୍ଗ ନେହିଁ : ଚାମ୍ପିଅନ୍ସ ଟ୍ରଫିରେ ଭାରତ-ପାକିସ୍ତାନ ମ୍ୟାଚର ଏ ଦୃଶ୍ୟ ଆପଣଙ୍କ ମନ ମୋହି ନେବ।#Teamindia

Posted by Anil Kumar Panda on Sunday, February 23, 2025