ନୂଆଦିଲ୍ଲୀ: ବିଶାଖାପଟ୍ଟନମରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୫୨ବର୍ଷୀୟ ବ୍ୟକ୍ତି ଶୋଇଥିବା ଅବସ୍ଥାରେ ନିଜର ନକଲି ଦାନ୍ତକୁ ଗିଳି ପକାଇଥିଲେ। ଏହି ଦାନ୍ତ ବ୍ୟକ୍ତିଙ୍କର ଫୁସଫୁସରେ ଯାଇ ଅଟକି ଯାଇଥିଲା। ସମୟ ଥାଉଥାଉ ଡାକ୍ତର ବ୍ୟକ୍ତିଙ୍କ ଫୁସଫୁସର ଅସ୍ତ୍ରୋପଚାର କରି ଜୀବନ ବଞ୍ଚାଇ ଦେଇଥିଲେ।   

Advertisment

ବିଶାଖାପଟ୍ଟନମରେ ବସବାସ କରୁଥିବା ଜଣେ ସ୍ଥାନୀୟ କର୍ମଚାରୀ ଗତ ତିନିବର୍ଷ  ହେବ ଏକ ନକଲି ଦାନ୍ତ ବ୍ୟବହାର କରୁଥିଲେ। ସମୟ କ୍ରମେ ଏହା ଧୀରେଧୀରେ ପ୍ରସାରିତ ହୋଇଯାଇଥିଲା। ରାତିରେ ଶୋଇଥିବା ଅବସ୍ଥାରେ ବ୍ୟକ୍ତି ଅଜଣାତରେ ଉକ୍ତ ନକଲି ଦାନ୍ତକୁ ଗିଳି ପକାଇଥିଲେ। ଫଳରେ ଏହା ଯାଇ ଡାହାଣପାର୍ଶ୍ବ ଫୁସଫୁସରେ ଫସି ଯାଇଥିଲା। 

ଡାକ୍ତରଙ୍କ କହିବାନାନୁସାରେ, ବ୍ୟକ୍ତିଙ୍କ ଫୁସଫୁସରେ ଦାନ୍ତ ଫସି ଯିବା ସତ୍ତ୍ବେ ତାଙ୍କୁ ନିଶ୍ବାସ ନେବାରେ ଅସୁବିଧା ହୋଇ ନଥିଲା। କାରଣ ଫୁସଫୁସ କାମ କରୁଥିଲା। କିନ୍ତୁ ବାରମ୍ବାର କାଶ ହେଉଥିଲା, ଯେଉଁ କାରଣରୁ ସେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସିଥିଲେ।

ଡାକ୍ତରଖାନାରେ ଏକ୍ସ-ରେ ଓ ସିଟି ସ୍କାନ କରିବା ପରେ ବ୍ୟକ୍ତିଙ୍କ ଫୁସଫୁସରେ ଦାନ୍ତ ଫସି ରହିଥିବା ଜଣାପଡ଼ିଥିଲା। ଏହାପରେ ଡାକ୍ତର ଅସ୍ତ୍ରୋପଚାର କରି ଉକ୍ତ ଦାନ୍ତକୁ ଫୁସଫୁସରୁ ବାହାର କରିଥିଲେ। ଏହି ଅସ୍ତ୍ରୋପଚାର ସମୟରେ ସାମାନ୍ୟ ଅସାବଧାନତା ହୋଇଥିଲେ ରକ୍ତ ସ୍ରାବ ହୋଇଥାଆନ୍ତା ବୋଲି ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।