ଭଦ୍ରକର ମମତା ଜେନା ଏବେ ଚର୍ଚ୍ଚାରେ। ସାଧାରଣ ଗୃହିଣୀରୁ ସେ ପାଇଛନ୍ତି ସୁଗାୟିକାର ପରିଚୟ। ପରିବାରର ଦାୟିତ୍ବ ତୁଲାଉଥିଲେ ବି ଗୀତ ଗାଇବା ଛାଡ଼ି ନଥିଲେ ସେ। ତାଙ୍କ କଣ୍ଠସ୍ବର ଏବେ ଶୁଣୁଛି ସାରା ଓଡ଼ିଶା। ମମତା ଇଣ୍ଟରନେଟ୍ କ’ଣ ଜାଣି ନଥିଲେ ଏବଂ ସୋସିଆଲ ମିଡିଆର ବିଷୟରେ ସଂପୂର୍ଣ୍ଣ ଅଜ୍ଞ ଥିଲେ। କିନ୍ତୁ ସେ ଗାଇଥିବା କିଛି ସୁନ୍ଦର ଭଜନ ଏବେ ଇନଷ୍ଟାଗ୍ରାମ୍‌ ଜରିଆରେ ସାରା ଓଡ଼ିଶାରେ ଭାଇରାଲ ହେଉଛି।

Advertisment

ଏହି ଗୀତ ଶୁଣିବା ପରେ ଆରଏସ୍ ଓଡ଼ିଆ ମ୍ୟୁଜିକର ପ୍ରଯୋଜକ ମମତାଙ୍କ କଣ୍ଠରେ ଦୁଇଟି ଜଗନ୍ନାଥ ଭଜନ ରେକର୍ଡିଂ କରାଇଛନ୍ତି। ଏଥିମଧ୍ୟରୁ ‘ଦୁଃଖ ଦିନ ମୋର କାହିଁକି ଦେଖିବୁ ତୁ ପରା ସୁଖୀ ଦିଅଁ…’ ଭଜନଟି ବେଶ୍ ମର୍ମସ୍ପର୍ଶୀ ହୋଇଛି। ଜଣେ କଣ୍ଠଶିଳ୍ପୀ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ମମତାଙ୍କର ଲକ୍ଷ୍ୟ।