କିଛି ମିନିଟ୍‌ ଭିତରେ ଇଟାଲିର ଏହି ସହରର ୨୦,୦୦୦ ଲୋକ ଅଙ୍ଗାର ପାଲଟି ଯାଇଥିଲେ

ପମ୍ପି: କୁହାଯାଏ ପ୍ରକୃତି ଆଗରେ କାହାର ରାଜୁତି ଚାଲେ ନାହିଁ । ପ୍ରକୃତି ଯେତେବେଳେ ବିଷ ବର୍ଷା କରେ ସେତେବେଳେ ସବୁ ଛାର୍‌ ଖାର୍‌ ହୋଇଯାଏ । ଏହାର ନମୁନା ତ ଆପଣମାନେ ବହୁତ ଦେଖୁଥିବେ । ସେ ବନ୍ୟା ହେଉ କି ବାତ୍ୟା ପ୍ରତି ବର୍ଷ ପ୍ରକୃତିର ଏପରି କରାଳ ରୂପକୁ ଲୋକେ ସାମ୍ନା କରି ଥାଆନ୍ତି । ତେବେ ଅନେକ ବର୍ଷ ପୂର୍ବରୁ ପ୍ରକୃତିର ଏମିତି ଗୋଟେ ରୂପ ଦେଖିବାକୁ ମିଳିଥିଲା, ଯେଉଁଠି ଇଟାଲିରେ ଥିବା ପମ୍ପି ସହରରେ ବସବାସ କରୁଥିବା ୨୦ ହଜାର ଲୋକ କିଛି ସମୟ ମଧ୍ୟରେ ପଥର ପାଲଟି ଯାଇଥିଲେ । ଏକ ଜ୍ୱାଳାମୁଖୀ କିଛି ସେକେଣ୍ଡ ମଧ୍ୟରେ ପମ୍ପି ସହରକୁ ମରୁଭୂମିରେ ପରିଣତ କରି ଦେଇଥିଲା । ଏହି ଘଟଣାଟି ଘଟିଥିଲା ଖ୍ରୀଷ୍ଟାବ୍ଦ ୭୯ରେ । ଇଟାଲି ଏବଂ ରୋମାନ ସାମ୍ରାଜ୍ୟର ପ୍ରସିଦ୍ଧ ସହର ପମ୍ପି କିଛି ସେକେଣ୍ଡ ମଧ୍ୟରେ ଚାହୁଁ ଚାହୁଁ ଧ୍ୱଂସ ପାଇ ଯାଇଥିଲା ।

rochakpost.com

ରିପୋର୍ଟ ଅନୁଯାୟୀ, ଇଟାଲୀର ପମ୍ପି ସହର ଧ୍ୱଂସ ପାଇବା ବେଳେ ସେ ସହରର ତାପମାତ୍ରା ୨୫୩ ଡ଼ିଗ୍ରି ସେଲ୍‌ସିୟସ ଥିଲା । ଯାହାକି ସହରକୁ ନଷ୍ଟ କରିବା ପାଇଁ ଯଥେଷ୍ଟ ଥିଲା । ହଠାତ୍‌ ଏହି ଜ୍ୱାଳାମୁଖୀ ଆସିବାରୁ ସହରରେ ବସବାସ କରୁଥିବା ୨୦ ହଜାର ଲୋକ ମାଟି ତଳେ ଚାପି ହୋଇ ରହି ଯାଇଥିଲେ । ନିଆଁରେ ପୋଡ଼ି ଲୋକମାନଙ୍କ ମୃତ୍ୟୁ ହୋଇଥିଲା। ୨୦,୦୦୦ ଲୋକ ପାଇଟି ଯାଇଥିଲେ ଅଙ୍ଗାର। ପ୍ରକୃତିର କରାଳ ରୂପ ଧ୍ୱଂସ ପରର ଦୃଶ୍ୟରୁ ଜଣା ପଡ଼ିଥିଲା । ଯାହା ଏବେ ବି ରହିଛି ।

rochakpost.com
ସମ୍ବନ୍ଧିତ ଖବର