ଫକ୍ସୱାଗନ୍ର ଗଲ୍ଫ ଜିଟିଆଇ ସଂସ୍କରଣ ବଜାରରେ ବେଶ୍ ଚାହିଦାରେ ରହିଛି। ଏହାର ପ୍ରାରମ୍ଭିକ ମୂଲ୍ୟ ହେଉଛି ୫୨,୯୯,୯୦୦ ଟଙ୍କା (ଏକ୍ସ ସୋ’ରୁମ୍)। ପେଟ୍ରୋଲ୍ ଚାଳିତ ଏହି କାର୍ଟିର ବାହ୍ୟ ଓ ଭିତର ପରିପାଟୀ ବେଶ୍ ଆକର୍ଷଣୀୟ ହୋଇଛି। ଏଥିରେ ୨.୦ ଲିଟର୍ ଟିଏସ୍ଆଇ ଇଂଜିନ୍ ରହିଥିବା େବଳେ ଏହା ୫.୯ ସେକେଣ୍ଡରେ ୧୦୦ କି.ମି. ପ୍ରତି ଘଣ୍ଟା ବେଗ ହାସଲ କରିବାକୁ ସକ୍ଷମ। ଏହାର ଇଂଜିନ୍ ୩୭୦ ଏନ୍ଏମ୍ ଟର୍କ ଓ ୨୬୫ ଅଶ୍ବଶକ୍ତି ଉତ୍ପନ୍ନ କରିପାରେ।
ଏଥିରେ ୧୨.୯ ଇଞ୍ଚର ଟଚ୍ସ୍କ୍ରିନ୍ ଇନ୍ଫୋଟେନ୍ମେଣ୍ଟ, ଡିଜିଟାଲ୍ କକ୍ପିଟ୍ ପ୍ରୋ ସହ ୧୦.୨୫ ଇଞ୍ଚର କଷ୍ଟମାଇଜେବଲ୍ ଡିସ୍ପ୍ଲେ, ଆଇଡିଏ ଭଏସ୍ କଣ୍ଟ୍ରୋଲ୍ ଆଣ୍ଡ୍ ଭଏସ୍ ଏନ୍ହାନ୍ସର୍, ଏକ୍ସ-ସେପ୍ଡ ଫଗ୍ ଲାଇଟ୍, ୭ଟି ଏୟାର୍ବ୍ୟାଗ୍, ଆଡାପ୍ଟିଭ୍ କ୍ରୁଜ୍ କଣ୍ଟ୍ରୋଲ୍, ୭ ସ୍ପିଡ୍ ଡିଏସ୍ଜି, ରିୟର୍-ଭିୟୁ କ୍ୟାମେରା, ପାର୍କ ଡିଷ୍ଟାନ୍ସ କଣ୍ଟ୍ରୋଲ୍, ଏମର୍ଜେନ୍ସି ବ୍ରେକିଂ, ୩୦ଟି କଲର୍ ଆମ୍ବିଏଣ୍ଟ ଲାଇଟ୍ନିଂ, ପାନୋରାମିକ୍ ସନ୍ରୁଫ୍ ପରି ବୈଶିଷ୍ଟ୍ୟ ରହିଛି। ଏହାର ତେଲଟାଙ୍କି ଧାରଣ କ୍ଷମତା ୪୫ ଲିଟର୍। ଗଲ୍ଫ ଜିଟିଆଇ ମୁନ୍ଷ୍ଟୋନ୍ ଗ୍ରେ, ଅରେକ୍ସ ହ୍ବାଇଟ୍ ମଦର୍ ଅଫ୍ ପର୍ଲ ଇଫେକ୍ଟ, କିଙ୍ଗ୍ସ ରେଡ୍ ମେଟାଲିକ୍, ଗ୍ରେନେଡିଲା ବ୍ଲାକ୍ ମେଟାଲିକ୍ ରଙ୍ଗରେ ଉପଲବ୍ଧ।