ଲକ୍‌ଡାଉନ୍‌ ସମୟରେ ଖାଦ୍ୟ ବାଣ୍ଟୁବାଣ୍ଟୁ ଭଲ ପାଇ ବସିଥିବା ଭିକାରୁଣୀଙ୍କୁ ବିବାହ କଲେ ଏହି ଯୁବକ

ଲକ୍ଷ୍ମୌ: କରୋନା ଭାଇରସ୍‌ ହେତୁ ଦେଶରେ ଲକ୍‌ଡାଉନ୍‌ ଜାରି କରଯାଇଛି। ଏହି ସମୟରେ ବିବାହ ଋତୁ ଥିବାରୁ ଅନେକଙ୍କ ବିବାହ ତାରିଖ ସ୍ଥିର ହୋଇଥିଲା। କିନ୍ତୁ କରୋନା ଭାଇରସ୍‌ କଟକଣା ହେତୁ ଅନେକଙ୍କୁ ସେମାନଙ୍କ ସ୍ଥିର ହୋଇଥିବା ବିବାହ ତାରିଖକୁ ଘୁଞ୍ଚାଇବାକୁ ପଡ଼ିଛି। ତେବେ ଏଭଳି ପରିସ୍ଥିତିରେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି କାନପୁରରେ ରହୁଥିବା ଅନିଲ ଓ ନିଲମଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

5kangsmg
https://khabar.ndtv.com/

ଘଟଣା ଟି ହେଉଛି ଏପରି, କାନପୁରରେ ବସବାସ କରୁଥିବା ନିଲମ ବାପା-ମା’ଙ୍କ ମୃତ୍ୟୁ ପରେ ନିଜ ଭାଇ ଓ ଭାଉଜଙ୍କ ପାଖରେ ରହୁଥିଲେ। କିନ୍ତୁ ଭାଇ ଓ ଭାଉଜ ସବୁବେଳେ ତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ନିଲମଙ୍କ ପାଖରେ କୌଣସି ଉପାୟ ନଥିବାରୁ ସେ ବାଧ୍ୟ ହୋଇ ଭାଇ ଓ ଭାଉଜଙ୍କ ମାଡ଼ ଗାଳି ଖାଇ ସେଠାରେ ରହୁଥିଲେ। କିନ୍ତୁ ଥରେ ଭାଉଜ ତାଙ୍କୁ ମାଡ଼ ମାରିବା ସହିତ ଘରୁ ବାହାର କରି ଦେଇଥିଲେ। ଶେଷରେ ପେଟକୁ ଦୁଇମୁଠା ଦାନା ଦେବାକୁ ନିଲମ କାକାଦେବ ଅଞ୍ଚଳରେ ଭିକାରୀମାନଙ୍କ ସହିତ ରହିବାକୁ ବାଧ୍ୟ ହୋଇଥିଲେ।

ଏହା ପରେପରେ କରୋନା ଭାଇରସ୍‌ ତାର ପ୍ରଭାବ ବିସ୍ତାର କରିବା ଆରମ୍ଭ କରି ଦେଇଥିଲା। ଏହି କାରଣରୁ ପୂରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରି ଦିଆଯାଇଛି। ଲକ୍‌ଡାଉନ୍‌ ପୂର୍ବରୁ ନିଲମ୍‌ ଲୋକଙ୍କ ଠାରୁ ଭିକ୍ଷା ମାଗି ଚଳି ଯାଉଥିଲେ। କିନ୍ତୁ ଲକ୍‌ଡାଉନ୍‌ ଜାରି ହେବା ସହିତ ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ  ନିଲମଙ୍କୁ ଖାଇବା ପିଇବାରେ ବହୁତ ଅସୁବିଧା ହୋଇଥିଲା।

'एक विवाह ऐसा भी' : खाना बांट रहे युवक को भीख मांग रही लड़की से हुआ प्यार
https://khabar.ndtv.com/

ଏହାରି ଭିତରେ କାନପୁରରେ ରହୁଥିବା ଲାଲତା ପ୍ରସାଦଙ୍କ ଭେଟ ନିଲମଙ୍କ ସହିତ ହୋଇଥିଲା। ନିଲାମଙ୍କ ଅବସ୍ଥା ଦେଖିବା ପରେ ଲାଲତା ପ୍ରତିଦିନ ଡ୍ରାଇଭର ଅନିଲଙ୍କ ଯୋଗେ ଖାଦ୍ୟ ପଠାଇବା ବ୍ୟବସ୍ଥା କରିଥିଲେ। ଏଥିସହିତ ନିଲମଙ୍କ ପାଖରେ ଥିବା ଅନ୍ୟ ଭିକାରୀଙ୍କୁ ବି ସେ ୪୫ଦିନ ଖାଦ୍ୟ ଯୋଗାଇ ଆସିଥିଲେ। ଏହି ସମୟରେ ଅନିଲ ନିଲମଙ୍କୁ ମନେମନେ ଭଲ ପାଇ ବସିଥିଲେ।

ଏହି କଥା ଧୀରେ ଧୀରେ ପ୍ରଘଟ ହୋଇ ଅନିଲଙ୍କ ବାପାଙ୍କ କାନରେ ପଡ଼ିଥିଲା। ବାପା ପ୍ରଥମେ ପୁଅ ଅନିଲଙ୍କ ମନର କଥା ଜାଣିବାକୁ ଚାହିଁଥିଲେ। ଅନିଲ ବି ନିଲମଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ବୋଲି ବାପାଙ୍କ ସାମ୍ନାରେ ମୁହଁ ଖୋଲି କହିଥିଲେ। ପରେ ସମସ୍ତଙ୍କ ସହଯୋଗରେ ଅନିଲ ଓ ନିଲମଙ୍କ ବିବାହ ସମ୍ପୂର୍ଣ୍ଣ ରୀତିନୀତିରେ ସମ୍ପନ୍ନ ହୋଇଥିଲା।

ସମ୍ବନ୍ଧିତ ଖବର