କୋଚି: କୋଭିଡ୍‌-୧୯ ଆକ୍ରାନ୍ତଙ୍କୁ ଦେଖିଲେ ଲୋକେ ପାଞ୍ଚ ହାତ ଦୂରକୁ ଘୁଞ୍ଚି ଯାଉଥିବା ବେଳେ କେରଳର କିଛି ସେଚ୍ଛାସେବୀଙ୍କ ମାନବିକତା ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଏହି ସ୍ବେଚ୍ଛାସେବୀମାନେ ମିଶି କୋଭିଡ-୧୯ରେ ପ୍ରାଣ ହରାଉଥିବା ବ୍ୟକ୍ତିମାନଙ୍କର ସମ୍ମାନର ସହ ଅନ୍ତିମ ସଂସ୍କାର କରୁଥିବାର ଦେଖିବାକୁ ମିଳିଛି।

Advertisment

ରାଜ୍ୟରେ ୬ ମାସ ମଧ୍ୟରେ କୋଭିଡ୍‌-୧୯ ହେତୁ ମୃତ୍ୟୁ ସଂଖ୍ୟା ୪୦୦ ପାର୍‌ ହୋଇଛି। ମୃତକମାନଙ୍କର ସମ୍ମାନର ସହ ଅନ୍ତିମ ସଂସ୍କାର କରୁଥିବା ଏହି ଯୋଦ୍ଧାମାନେ କହନ୍ତି କି ଯଦିଓ ପ୍ରାରମ୍ଭରେ ଏହି କାମ କରିବାକୁ ଭୟ ଲାଗୁଥିଲା, ଧୀରେ ଧୀରେ ସେ ଭୟ ଦୂର ହୋଇଗଲା।

publive-image Deccan Chronicle

ଯେତେବେଳେ କରୋନାରେ ମୃତ ଲୋକଙ୍କ ପ୍ରିୟଜନମାନେ ବି ସେମାନଙ୍କ ଶବ ଦାହ ପାଖରେ ନଥାନ୍ତି, ସେତେବେଳେ ମାନବିକତା ଦେଖାଇ ଚର୍ଚ୍ଚା ପାଲଟନ୍ତି ଏହି ସ୍ବେଚ୍ଛାସେବୀମାନେ। ମୃତକମାନଙ୍କ ଶେଷ ସମୟରେ ସେମାନଙ୍କ ପରିବାର ଲୋକଙ୍କୁ ନଦେଖିବା ହିଁ ସବୁଠାରୁ ବେଶି ଦୁଃଖ ଦେଇଥାଏ ‌ବୋଲି ଏହି ସ୍ବେଚ୍ଛାସେବୀମାନେ ମତ ରଖିଛନ୍ତି।

ଏହି ସ୍ବେଚ୍ଛାସେବୀମାନେ ହେଉଛନ୍ତି କେରଳସ୍ଥିତ ସିରୋ-ମାଲାବାର ଚର୍ଚ୍ଚର ସଦସ୍ୟ। ଦୀପକ ଦେବସୀ ନ‌ାମଜ ଜଣେ ସ୍ବେଚ୍ଛାସେବୀଙ୍କ କହିବା ମୁତାବକ, ଦୁଇ ମାସ ମଧ୍ୟରେ ସେମାନଙ୍କ ମଧ୍ୟରେ ସଂକ୍ରମଣର ଭୟ ଥିଲା। ମାତ୍ର ଧୀରେ ଧୀରେ ଗୋଟାଏ ପରେ ଗୋଟାଏ କୋଭିଡ୍‌-୧୯ ମୃତକଙ୍କ ଶବଦାହ କରିବା ପରେ ସେମାନଙ୍କ ଭୟ ଅଭ୍ୟାସରେ ପରିଣତ ହୋଇ ଯାଇଥିଲା। ସ୍ବେଚ୍ଛାସେବୀମାନଙ୍କ ଦ୍ବାରା ପ୍ରାୟ ୨୦ ଜ‌ଣ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର ହୋଇ ସାରିଲାଣି।