ଜାଣିଥାଆନ୍ତୁ, ଦେହରେ କେଉଁ ସମସ୍ୟା ଥିଲେ ରାତିରେ କେଉଁ ସମୟରେ ନିଦ ଭାଙ୍ଗେ

ଶରୀର ମଧ୍ୟରେ ରହିଛି ଜୈବ ଚକ୍ର ଓ ଶକ୍ତିର ଦିଗବାରେଣୀ। ୨୪ ଘଣ୍ଟିଆ ଦିନ ଚକ୍ର ମଧ୍ୟରେ ଶରୀର ନିଜର ଭିନ୍ନ ଭିନ୍ନ ଶକ୍ତିକୁ ଭିନ୍ନ ଭିନ୍ନ ଅଙ୍ଗପ୍ରତ୍ୟଙ୍ଗରେ ବିନିଯୋଗ କରିଥାଏ। ଏବଂ ଏ ସବୁ ଜଣେ ଶୋଇଥିବା ସମୟରେ ଘଟେ।

ନିର୍ଦ୍ଦିଷ୍ଟ ସମସ୍ୟା ଯୋଗୁଁ ରାତିରେ ନିର୍ଦ୍ଦିଷ୍ଟ ସମୟରେ ନିଦ ଭାଙ୍ଗେ। ସବୁ ଦିନ କ’ଣ ଠିକ୍‌ ସମୟରେ ଆପଣଙ୍କର ନିଦ ଭାଙ୍ଗୁଛି? ଯଦି ସେମିତି ହେଉଥାଏ, ଜାଣନ୍ତୁ ଶରୀରର କୌଣସି ସ୍ଥାନରେ ଶକ୍ତି ଅବରୋଧ ହୋଇ ରହି ଯାଉଛି କିଂବା ଭୁଲ୍‌ ବାଟରେ ପରିଚାଳିତ ହେଉଛି। ଏହା ଦ୍ୱାରା ଶରୀର ସ୍ୱାଭାବିକ ସନ୍ତୁଳନ ଓ ଚକ୍ରରେ ବ୍ୟାଘାତ ଉପୁଜେ। ଅଙ୍ଗପ୍ରତ୍ୟଙ୍ଗ ପରିଚାଳି ଓ କାର୍ଯ୍ୟକ୍ଷମ ହେବାକୁ ଶକ୍ତି ଆବଶ୍ୟକ କରନ୍ତି।

ଏଇ ତାଲିକାରୁ ଜାଣନ୍ତୁ ଶରୀର କେଉଁ ଅଙ୍ଗ କେଉଁ ସମୟ ସହ ଜଡ଼ିତ।

ରାତି ୯ଟାରୁ ୧୧ଟା: ଏହି ସମୟରେ ସଭିଏଁ ଶୋଇପଡ଼ିବା ଚେଷ୍ଟା କରନ୍ତି। ଏଇ ସମୟରେ ଏଣ୍ଡୋକ୍ରାଇନ୍‌ ସିଷ୍ଟମ୍‌ କ୍ଷୟ ହୋଇଥିବା ଏନ୍‌ଜାଇମ୍‌ ଭରଣା କରେ। ଏ ସମୟରେ ନ ଶୋଇଲେ ହର୍ମୋନ୍‌ ଓ ମେଟାବୋଲିଜିମ୍‌ ଧାରାରେ ବିଭ୍ରାଟ ଘଟେ।

ଦିନମାନର ସମସ୍ୟା ଏବଂ ଆସନ୍ତାକାଲି କୌଣସି ଅଡୁଆର ସମ୍ମୁଖୀନ ହେବା ଆଦି ମୁଣ୍ଡରେ ପଶିଲେ ଏ ପରି ହୋଇଥାଏ। ଦିନରେ ଭଲକି ଖାଇ ନ ଥିଲେ କି, ବିଳମ୍ବରେ ଖାଇଥିଲେ ମଧ୍ୟ ଏ ଭଳି ହୋଇଥାଏ। ତେଣୁ ମନରେ ସକାରାତ୍ମକ ଭାବନା ତେଜିବା ସହ ଉତ୍ତେଜନା ସୃଷ୍ଟିକାରୀ ସମସ୍ୟା କଥା ଦୂରେଇ ଦେଲେ ନିଦ ଆସିଯିବ।

ରାତି ୧୧ଟାରୁ ୧ଟା: ମନରେ ଅସନ୍ତୋଷ ରହିଲେ ଏ ସମୟରେ ନିଦ ଭାଙ୍ଗି ଥାଏ। ଏହି ସମୟରେ ଶୀତଳ ଶକ୍ତି ଉଷ୍ମ ଶକ୍ତିରେ ରୂପାନ୍ତରିତ ହେଉଥାଏ। ଉଷ୍ମ ଶକ୍ତି ଖୁବ୍‌ ସକ୍ରିୟ ହୋଇଥିବାରୁ ଶରୀର ଆସନ୍ତାକାଲି ପାଇଁ ଏହାକୁ ସାଇତି ଥାଏ। ନିଜକୁ ଦେଖିଲେ ହିଁ ଯାଇ ସ୍ଥିର ଚିତ୍ତରେ ଏ ଶକ୍ତିକୁ ସଂରକ୍ଷିତ କରି ହେବ।

ଅସ୍ୱାସ୍ଥ୍ୟକର ଚର୍ବି ବା ତୈଳ ଖାଇଲେ ପୀତକୋଷ ଏହି ସମୟରେ ତାକୁ ଭାଙ୍ଗୁଥିବାରୁ ନିଦ୍ରାରେ ବିଭ୍ରାଟ ଘଟିଥାଏ ବୋଲି କୁହାଯାଉଛି।

ରାତି ୧ଟାରୁ ୩ଟା: ଅନୁଜୀବ ବିଷ ନିଷ୍କାସନ ଏବଂ ନବୀକରଣ ପ୍ରକ୍ରିୟା ଚାଲିଥିବାରୁ ଏହି ସମୟ ଶରୀର ପାଇଁ ଘଡ଼ିସନ୍ଧିର ସମୟ। ଏତିକିବେଳେ ଯକୃତ ବିଷ ନଷ୍ଟ କରିବା ସହ ତାହାକୁ ନିଷ୍କାସନ କରାଇ ନୂଆ ରକ୍ତ ତିଆରି କରେ।
ମନରେ କ୍ରୋଧ, ହତାଶା ଏବଂ ନକାରାତ୍ମକ ଭାବନା ଥିଲେ ଏ ସମୟରେ ନିଦ୍ରା ଭାଙ୍ଗି ଯାଏ।

ରାତି ୩ଟାରୁ ୫ଟା: ଏଇ ସମୟରେ ଶରୀରକୁ ଅମ୍ଳଜାନ ଆଣୁଥିବା ଫୁଲକଲିଜା ବା ଫୁସ୍‌ଫୁସ୍‌ ମରାମତି ହେଉଥାଏ। ଯଦି ଏ ସମୟରେ ନିଦ ଭାଙ୍ଗି ଯାଏ ତେବେ ନିଶ୍ୱାସପ୍ରଶ୍ୱାସ ବ୍ୟାୟାମ କରନ୍ତୁ। ଦୁଖ ଓ ଅବସାଦ ଯୋଗୁଁ ମଧ୍ୟ ଫୁଲକଲିଜାରେ ସମସ୍ୟା ଉପୁଜି ଥାଏ।

ଭୋର୍‌ ୫ଟାରୁ ୭ଟା: ରାତିରେ ଦେହରୁ ବାହାରି ନଷ୍ଟ ହୋଇଥିବା ଅଣୁଜୀବସୃଷ୍ଟ ବିଷ ଏଇ ସମୟରେ ଶରୀରକୁ ବାହାରିଥାଏ। ଏହି ସମୟରେ ସକ୍ରିୟ ଥାଏ ବୃହଦାନ୍ତ୍ର। ଅଳ୍ପ ଖାଇବା ଏବଂ ବିଳମ୍ବରେ ଖାଇବା ଯୋଗୁଁ ସମସ୍ୟା ହୋଇଥିଲେ ଏ ସମୟରେ ନିଦ ଭାଙ୍ଗିଯାଏ। ଏଥିରୁ ନିସ୍ତାର ପାଇବା ପାଇଁ ନିଜର ଶୋଇବା ସମୟ ବଦଳାଇ ଦିଅନ୍ତୁ।

ସମ୍ବନ୍ଧିତ ଖବର