ନୂଆଦିଲ୍ଳୀ: ଚର୍ଚ୍ଚା ପାଲଟିଛି ଏକ ୯ ବର୍ଷିୟ ବାଳକର ଏକ ହୃଦୟଭରା ଭିଡିଓ। ଭିଡିଓରେ ଅନାଥ ବାଳକ ଜଣକ କହୁଥିବାର ଶୁଣିବାକୁ ମିଳିଛି କି ‘କଥା ଟିକେ ହେବା ପାଇଁ ପରିବାର ଟିଏ ଚାହୁଁଛି।’ କୁନି ବାଳକର ଏପରି ଭାବପ୍ରବଣତା ଭରା ଭିଡିଓଟିକୁ ଦେଖିବା ପରେ ତାକୁ ନିଜର ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା ଅନେକ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଛନ୍ତି।

Advertisment

ବାଳକ ଜଣକ ଲାଇଭ୍‌ ଟିଭିରେ ଏପରି କହୁଥିବାର ଦେଖିବାକୁ ମିଳିଥିଲା। ଗତ ୬ ବର୍ଷ ଧରି ଶିଶୁ ପାଳନ‌ କେନ୍ଦ୍ରରେ ଥିବା ଏହି ବାଳକ ଜୋର୍ଡାନକୁ ଟିଭିର ଏକ ସାପ୍ତାହିକ ସିରିଜ୍‌କୁ ଡକା ଯାଇଥିଲା। କାର୍ଯ୍ୟକ୍ରମର ଶୀର୍ଷକ ଥିଲା “ଘରକୁ ଡାକିବା ସ୍ଥାନ” । ‌ସେହି କାର୍ଯ୍ୟକ୍ରମରେ ଜୋର୍ଡାନ କହୁଥିବାର ଶୁଣିବାକୁ ମିଳିଛି ଯେ ତାଙ୍କ ମାଆ ପେଟର ଭାଇକୁ ଜଣେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପରେ ସେ ମଧ୍ୟ ଏକ ସ୍ଥାୟୀ ପରିବାର ଚାହାନ୍ତି।

publive-image News18.com

ଯେତେବେଳେ ତାଙ୍କୁ ପଚରାଗଲା ସେ କେଉଁ ଜାଗାକୁ ଯିବାକୁ ଚାହୁଁଛନ୍ତି, ସେ ଉତ୍ତର ଦେଲେ, କାହାର ଜଣଙ୍କ ଘରେ ପୋଷ୍ୟ ସନ୍ତାନ ହୋଇ ଯିବାକୁ ଚାହାନ୍ତି ସେ। ସେ ଆହୁରି ବି କହିଛନ୍ତି, ‘ମୁଁ କେବଳ ଗୋଟିଏ ପରିବାର ପାଇବାକୁ ଚାହୁଁଛି। ଯେଉଁଠାରେ ମୁଁ ମମ୍‌ ଆଣ୍ଡ୍‌ ଡ୍ୟାଡ୍‌ ଡାକିପାରିବି। ମୁଁ ଆଶା କରୁଛି ଯେ ଆପଣମାନଙ୍କ ମଧ୍ୟରୁ କେହି ଜଣେ ମୋତେ ନିଶ୍ଚୟ ବାଛିବେ।’

ଜୋର୍ଡାନଙ୍କର ଏହି ଭିଡିଓ ଭାଇରାଲ ହେବା ମାତ୍ରେ ନ୍ୟୁ ଜର୍ସି, ଫ୍ଲୋରିଡା, ଇଲିନୋଇସ୍, କେଣ୍ଟୁକି ଇତ୍ୟାଦି ସ୍ଥାନରୁ କଲ୍ ଆସିବା ଆରମ୍ଭ ହୋଇ ଯାଇଥିଲା। ତାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ପ୍ରାୟ ୫ ହଜାରରୁ ଊର୍ଧ୍ବ ଲୋକ ଆଗ୍ରହ ପ୍ରକାଶ କରିଛନ୍ତି।