ଜୀବନରେ ସୁଖ ଚାହୁଁଥିଲେ ଏହି ୨ଟି ଜିନିଷ ପରିତ୍ୟାଗ କରନ୍ତୁ

ଭଗବାନ ଶ୍ରୀକୃଷ୍ଣଙ୍କ ମୁଖନିର୍ସୁତ ବାଣୀ ଗୀତାରେ ଏମିତି ଅନେକ କଥା ଅଛି ଯାହାକୁ ଆମେ ପାଳନ କଲେ ଜୀବନରେ ଦୁଃଖ କିଛି ରହିବ ନାହିଁ। ଜଣେ ବ୍ୟକ୍ତି ଜୀବନରେ ସୁଖ ଚାହୁଁଥିଲେ ତାଙ୍କୁ ନିଜ ଭିତରର ଦୁଇଟି ଗୁଣ ପରିତ୍ୟାଗ କରିବାକୁ ହେବ। ସେହି ଦୁଇ ଗୁଣ ଧାରଣ କରି ବ୍ୟକ୍ତି କେବେ ସୁଖି ହୋଇପାରେ ବୋଲି ଭଗବାନ କୃଷ୍ଣ ସଖା ଅର୍ଜୁନଙ୍କୁ ବୁଝାଇଛନ୍ତି।

ପ୍ରଥମଟି ହେଉଛି ଲୋଭ। ଯେତେ ପର୍ଯ୍ୟନ୍ତ ବ୍ୟକ୍ତି ମନରେ ଲୋଭ ଅଛି ସେତେ ପର୍ଯ୍ୟନ୍ତ ଜୀବନରେ ଦୁଃଖ ଅଛି। ସେ ଲୋଭ ଅର୍ଥ, ଖାଦ୍ୟ, ସୁନା ଆଦି କିଛିର ବି ହୋଇପାରେ। ଲୋଭଶୂନ୍ୟ ବ୍ୟକ୍ତିକୁ ଦୁଃଖ ସହଜରେ ଛୁଇଁପାରେନା।

ଅନ୍ୟଟି ହେଉଛି କ୍ରୋଧ। ଆପଣ ଏକଥା ଆଗରୁ ବି ଶୁଣିଥିବେ ଯେ କ୍ରୋଧ ମଣିଷର ପରମ ଶତ୍ରୁ। କ୍ରୋଧୀ ମଣିଷ ଜୀବନରେ କେବେ ଶାନ୍ତି ପାଇପାରେନା। ଯଦି ଜୀବନରେ ଶାନ୍ତି, ଶୃଙ୍ଖଳା ଚାହାନ୍ତି ତେବେ ଆପଣଙ୍କୁ କ୍ରୋଧ ପରିତ୍ୟାଗ କରିବାକୁ ହେବ।

ଭଗବାନ କୃଷ୍ଣଙ୍କ କହିବା ଅନୁସାରେ, ଯେଉଁ ବ୍ୟକ୍ତି ନିକଟରେ କ୍ରୋଧ ବା ଲେଭା ନାହିଁ ସେ ଦୁନିଆର ସବୁଠାରୁ ସୁଖି ମଣିଷ।

ସମ୍ବନ୍ଧିତ ଖବର