ଟ୍ୟାକ୍ସି ଡ଼ର୍ମିଷ୍ଟ୍‍ ହେବାକୁ ଚାହାଁନ୍ତି କି ?

ପଶୁପକ୍ଷୀଙ୍କ ସଂରକ୍ଷଣ ଲାଗି ଏବେ ସରକାର ବହୁତ ପଦକ୍ଷେପ ନେଉଛନ୍ତି। ଏମାନଙ୍କରକ୍ଷଣାବେକ୍ଷଣ ଓ ଚିକିତ୍ସା ପାଇଁ ବି ପାଠ୍ୟକ୍ରମର ପ୍ରଚଳନ କରାଯାଇଛି । ଏଥିରେ କ୍ୟାରିଅର୍‌ କରି ହେବ,ଏକଥା ତ ସମସ୍ତଙ୍କୁ ଜଣା ଥିଲା।ହେଲେ ସଂପ୍ରତି ମୃତ ପଶୁପକ୍ଷୀମାନଙ୍କ ସଂରକ୍ଷଣ ସଂପର୍କିତ ପାଠ୍ୟକ୍ରମ ବି ରହିଛି ଯାହା ଖୁବ୍‌ ଲୋକପ୍ରିୟ। ଏହି କାରଣରୁ ସେଥିରେ କ୍ୟାରିଅର୍‌ କରିିବାପାଇଁ ଅନେକ ଯୁବକ-ଯୁବତୀ ଆଗ୍ରହ ଦେଖାଉଛନ୍ତି।
ହଁ ଏଭଳି କୋର୍ସ ମଧ୍ୟ ଏବେ ଭାରତରେ ଉପଲବ୍ଧ ହେଉଛି।ଯେଉଁମାନେ ଏଥିରେ କ୍ୟାରିଅର୍‌ କରନ୍ତି,ସେମାନଙ୍କୁ କୁହାଯାଏ ଟ୍ୟାକ୍ସି ଡ଼ର୍ମିଷ୍ଟ୍‍।ଏମାନେ ବିଭିନ୍ନ ରାସାୟନିକ ପଦାର୍ଥ ଏବଂ ମୃତ ଜୀବଙ୍କ ଚର୍ମ ଓ ହାଡ଼ ବ୍ୟବହାର କରି ପଶୁପକ୍ଷୀ,ସରୀସୃପ ଇତ୍ୟାଦିଙ୍କୁ ସଂରକ୍ଷଣ କରିଥା’ନ୍ତି। ଟ୍ୟାକ୍ସିଡ଼ର୍ମି ଏକ ଗ୍ରୀକ୍‌ ଶବ୍ଦ।ଟ୍ୟାକ୍ସି ଅର୍ଥ ବ୍ୟବସ୍ଥା ଓ ଡ଼ର୍ମିର୍ ଅର୍ଥ ଚର୍ମ।ଭାରତରେ କେବଳ ଶିକ୍ଷା ପାଇଁ ଏହା ବ୍ୟବହୃତ ହୋଇଥାଏ।କିନ୍ତୁ ଅନ୍ୟାନ୍ୟ ଦେଶରେ ପୋଷା ଜୀବଙ୍କୁ ଆଜୀବନ ମନେ ରଖିବା ଲାଗି ଏହାର ଉପଯୋଗ ହୋଇଥାଏ।
ପାଠ୍ୟକ୍ରମ: ଟ୍ୟାକ୍ସି ଡ଼ର୍ମି ପାଠ୍ୟକ୍ରମର ପଶୁ ଡ଼ାକ୍ତର ,ପଶୁ ବିଜ୍ଞାନୀମାନେ ଆଡ଼ମିସନ୍‌ ନେଇ ପାରିବେ। ଗ୍ରାଜୁଏଟ୍‌ ଇନ୍‌ ଭେଟରନାରି ସାଇନ୍‌ସ କିମ୍ବା ମାଷ୍ଟର ଇନ୍‌ ଭେଟେରନାରୀ ସାଇନ୍‌ସ ପରେ ମଧ୍ୟ ଟ୍ୟାକ୍ସିଡ଼ର୍ମିରେ ସ୍ୱତନ୍ତ୍ର କୋର୍ସ କରିବାର ବ୍ୟବସ୍ଥା ରହିଛି।

photo-youtube

ଶିକ୍ଷାନୁଷ୍ଠାନ: ନିମ୍ନଲିଖିତ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ‘ଟ୍ୟାକ୍ସିଡ଼ର୍ମି’ କୋର୍ସ ପ୍ରଚଳିତ।ସେଗୁଡ଼ିକ ହେଲା-(୧)ବମ୍ବେ ଭେଟେରନାରି କଲେଜ୍‌,(୨) ନାଗପୁର୍‌ ଭେଟେନାରି କଲେଜ୍‌,(୩) ମହାରାଷ୍ଟ୍ର ଆନିମଲ୍‌ସ ଆଣ୍ଡ ଫିସରି ସାଇନ୍‌ସ ବିଶ୍ୱବିଦ୍ୟାଳୟ,ନାଗ୍‌ପୁର,(୪)ଆପୋଲୋ କଲେଜ୍‌ ଅଫ୍‌ ଭେଟେରନାରି ସାଇନ୍‌ସ,ରାଜସ୍ଥାନ,(୫)ରାଜୀବ ଗାନ୍ଧୀ କଲେଜ୍‌ ଅଫ୍‌ ଭେଟେରନାରି ଆଣ୍ଡ୍‌ ଆନିମଲ୍‌ ସାଇନ୍‌ସ,(୬)କଲେଜ୍‌ ଅଫ୍‌ ଭେଟେନାରି ଆଣ୍ଡ୍‌ ଆନିମଲ୍‌ ସାଇନ୍‌ସ ଉହଗିର୍‌।
ନିଯୁକ୍ତି ଟ୍ୟାକ୍ସି ଡ଼ର୍ମି କୋର୍ସ କରିଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ପଶୁପକ୍ଷୀ କେନ୍ଦ୍ର,ଚିଡ଼ିଆଖାନା,ସଂଗ୍ରହାଳୟ ଓ ପଶୁପକ୍ଷୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ପାଇ ପାରିବେ।ଏତଦ୍‌ବ୍ୟତୀତ ଜଣେ ଚାହିଁଲେ ନିଜର ଟ୍ୟାକ୍ସିଡ଼ର୍ମି ନିର୍ମାଣ ସଂସ୍ଥା ଆରମ୍ଭ କରିପାରନ୍ତି। ଏଥିରେ ମଧ୍ୟ ଭଲ ଅର୍ଥ ରୋଜଗାର କରି ପାରିବେ।

ସମ୍ବନ୍ଧିତ ଖବର