ଅପରାଧ ଛାଡ଼ି ଦେବାରୁ ଫୁଲହାର ସହ ୧୫ ଜଣେ ଗୁଣ୍ଡାକୁ ସମ୍ମାନିତ କଲା ୟୁପି ପୁଲିସ୍‌

ଲକ୍ଷ୍ନୌ: ଅପାରାଧୀଙ୍କୁ କେବେ କେଉଁଟି ସମ୍ମାନିତ କରାଯିବାର ଦେଖିଛନ୍ତି, ତାହା ପୁଣି ବେକରେ ଫୁଲହାର ପିନ୍ଧାଇ? ଏପରି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଉତ୍ତରପ୍ରଦେଶର ମେରଟରେ ଦେଖିବାକୁ ମିଳିଛି। ଲୋକଙ୍କୁ ହଇରାଣ କରିବା ସହ ହତ୍ୟା ଧମକ ଦେଉଥିବା କେତେକ ଗୁଣ୍ଡାଙ୍କୁ କୌଣସି ସାଧାରଣ ଲୋକ ନୁହେଁ ସମ୍ମାନିତ କରିଛି ମେରଟ ପୁଲିସ୍‌। ସମୁଦାୟ ୧୫ ଜଣ ଗୁଣ୍ଡା ନିଜକୁ ଅପରାଧ ଦୁନିଆରୁ ନିବୃତ୍ତ କରିଥିବାରୁ ଶନିବାର ମିରଟ ପୁଲିସ୍‌ ଉକ୍ତ ୧୫ ଜଣଙ୍କ ବେକରେ ଫୁଲହାର ପିନ୍ଧାଇ ସମ୍ମାନିତ କରିବା ସହ ସେମାନଙ୍କୁ ଭଲ ବାଟରେ ଯିବାକୁ ପ୍ରୋତ୍ସାନା ଦେଇଛି।

ଦୁଃଖର କଥା ହେଉଛି ପୁଲିସ୍‌ ପରେ ଜାଣିବାକୁ ପାଇଲା ଯେ ସମ୍ମାନିତ ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ଜଣଙ୍କର ଏକ ଜଘନ୍ୟ ଗୁଣ୍ଡା ଦଳରେ ହାତ ରହିଛି। ସମ୍ମାନିତ କରିଥିବା ସତ୍ୱେ ବି ବାଧ୍ୟ ହୋଇ ଉକ୍ତ ଜଘନ୍ୟ ଅପରାଧୀ ଜଣକୁ ପୁଲିସ୍‌ ସୋମବାର ଗିରଫ କରିଛି। ଉକ୍ତ ଅପରାଧୀର ନା ଇମ୍ରାନ।

ଉଲ୍ଳେଖଯୋଗ୍ୟ, ସମ୍ମାନିତ ହୋଇଥିବା ୧୫ ଜଣ ଗୁଣ୍ଡାଙ୍କୁ ମେରଟ୍‌ ପୁଲିସ୍‌ ଫୁଲହାର ଦେଇ ସମ୍ବୋଧନ କରିବା ସହ ସେମାନଙ୍କୁ ଜଳଖିଆ ବି ଆପାୟିତ କରିଥିବା ସୂଚନା ରହିଛି। ଏ ସଂପର୍କରେ ପୁଲିସ୍‌ ସୁପରିଟେଣ୍ଡେଣ୍ଟ୍‌ ମନ ସିଂହ ଚୌହ୍ଵାନ କହନ୍ତି, ‘ଖୁବ୍‌ କମ୍‌ ଜଣଙ୍କ ଠାରୁ ଆରମ୍‌ ହୋଇଥିବା ଏହି ପ୍ରକ୍ରିୟା ଦିନେ ଅନେକ ଅପରାଧୀଙ୍କୁ ସାଧୁ ବନେଇବାରେ ସଫଳ ହେବ।’

ସମ୍ବନ୍ଧିତ ଖବର