ଚାରି ଥର ଫେଲ୍‌ ହୋଇଥିବା ଏହି ବ୍ୟାକ୍‌ବେଞ୍ଚର୍‌ ହେଲେ ଆଇପିଏସ୍‌ ଅଧିକାରୀ

ସାଧରଣତଃ ସ୍କୁଲ୍‌, କଲେଜରେ ପଛ ସିଟ୍‌ରେ ବସୁଥିବା ଛାତ୍ର(ବ୍ୟାକ୍‌ବେଞ୍ଚର୍‌)ମାନଙ୍କୁ ଆଭରେଜ୍‌ ବା ମଧ୍ୟମ ଧରଣର ଛାତ୍ର ବୋଲି ବିବେଚନା କରାଯାଏ। ଏପରିକି ସେମାନେଙ୍କୁ କେବେ କେବେ ନିଜ ଶ୍ରେଣୀର ଅନ୍ୟ ପିଲା ଓ ଶିକ୍ଷକଙ୍କଠାରୁ ଥଟା ବି ସହିବାକୁ ପଡ଼ିଥାଏ। ମାତ୍ର ବେଳେ ବେଳେ ବ୍ୟକ୍‌ବେଞ୍ଚର୍‌ମାନେ ବି ସଫଳ ହୁଅନ୍ତି ଓ ଉଦାହରଣ ସୃଷ୍ଟି କରନ୍ତି।

ସେପରି ଜଣେ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କର୍ଣ୍ଣାଟକ କ୍ୟାଡର୍‌ର ନବନିଯୁକ୍ତ ଆଇପିଏସ୍‌ ଅଫିସର୍‌ ମିଥୁନ୍‌ କୁମାର ଜିକେ। ପିଲାଦିନରୁ ବଡ଼ ହେବା ପର୍ଯ୍ୟନ୍ତ ତାଙ୍କ ହୃଦୟସ୍ପର୍ଶୀ କାହାଣୀ ଅନେକଙ୍କ ହୃଦୟ ଜିଣିଛି।

ସାଧାରଣ ପାଠ ପଢ଼ି ଅସାଧାରଣ ସଫଳତା ପାଇବାକୁ ଆଶା ରଖିଥିବା ସବୁ ଛାତ୍ରଛାତ୍ରୀଙ୍କ ପାଇଁ ସେ ଆଦର୍ଶ। ସ୍କୁଲ୍‌ରେ ଜଣେ ଅବହେଳିତ ଛାତ୍ର ଥିଲେ। ଏହାପରେ ୟୁପିଏସ୍‌ସି ପରୀକ୍ଷାରେ ୪ ଥର ଫେଲ୍‌ ହେବା ପରେ ଶେଷରେ ସର୍ବାଧିକ ନମ୍ବର ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି। ମିଥୁନ୍‌ କୁମାର ନିଜର ପିଲାଦିନରୁ ନେଇ ସଫଳତାର କାହାଣୀ ତାଙ୍କ ଫେସ୍‌ବୁକ୍‌ ପେଜ୍‌ରେ ଉଲ୍ଲେଖ କରିଛନ୍ତି। ଯାହା ଏବେ ଖୁବ ଲୋକପ୍ରିୟ ହୋଇଛି। ତାଙ୍କର ଏହି ପୋଷ୍ଟକୁ ବହୁ ସଂଖ୍ୟାରେ ଲାଇକ୍ ଓ ସେୟାର କରାଯାଇଛି।

ସମ୍ବନ୍ଧିତ ଖବର