ଅଭିନବ ରୋଜଗାରର ପନ୍ଥା: ଆବର୍ଜନାରୁ ଖତ ତିଆରି

ମହାରାଷ୍ଟ୍ର ଅନ୍ତର୍ଗତ ସାତାରା ଜିଲ୍ଲାର ଏକ ଗରିବ କୃଷକ ପରିବାରର ଯୁବକ ପୋପଟ ଲୋଖଣ୍ତେ ଚାରି ବର୍ଷ ତଳେ ମୁମ୍ବଈ ଆସିଥିଲେ। ପରିବାରର ଆର୍ଥିକ ଦୁର୍ଗତି ଯୋଗୁଁ ସେ ମାତ୍ର ଦଶମ ଶ୍ରେଣୀ ଯାଏ ପଢ଼ିପାରିଥିଲେ। ମୁମ୍ବଈରେ ଦିନ ମଜୁରିଆ ଭାବେ ଆରମ୍ଭ ହୋଇଥିଲା କର୍ମମୟ ଜୀବନ। ଶିକ୍ଷା କମ୍‌ ଥିବା ସତ୍ତ୍ବେ ଅନ୍ତରରେ ଥିଲା ଅନେକ ସ୍ବପ୍ନ। ମାତ୍ର ମାସ କେତୋଟି ମଧ୍ୟରେ ସେ ଦିନ ମଜୁରିଆରୁ ପରିବର୍ତ୍ତିତ ହୋଇଯାଇଛନ୍ତି ସଫଳ ଉଦ୍ୟୋଗୀରେ। ସ˚କ୍ଷେପରେ ତାଙ୍କର ସଫଳତାର କାହାଣୀ ଏହି ପରି। ଦିନ ମଜୁରିଆ ଜୀବନ ଆରମ୍ଭ କଲା ପରେ ସେ ରହୁଥିଲେ ନଵୀ ମୁମ୍ବଈ ଉପକଣ୍ଠସ୍ଥ ଏକ ଗ୍ରାମରେ। ସହରାଞ୍ଚଳର ଘରୋଇ ଆବର୍ଜନାଠାରୁ ଆରମ୍ଭ କରି ଶିଳ୍ପାଞ୍ଚଳର ବର୍ଜ୍ୟ-ବସ୍ତୁ ସେଠାରେ ପକାଯାଉଥିଲା। ଗ୍ରାମବାସୀ ତୀବ୍ର ବିରୋଧ କରୁଥିଲେ। ତେଣୁ, ଆଇନ-ଶୃଙ୍ଖଳା ପରିସ୍ଥିତି ବି ସୃଷ୍ଟି ହେଉଥିଲା। ପୋପଟ ଚିନ୍ତା କଲେ, ଆବର୍ଜନାକୁ କିପରି କାମରେ ଲଗାଯାଇପାରିବ, ଯାହା ଦ୍ବାରା ତାଙ୍କର ରୋଜଗାର ସହ ଅନେକ ସମସ୍ୟା ଦୂରହେବ। ପ୍ରଥମେ ଶାରୀରିକ ଶ୍ରମ ଦ୍ବାରା ଆବର୍ଜନାକୁ ଖତରେ ପରିଣତ କରିବା ଆରମ୍ଭ କଲେ। ତାଙ୍କ ପ୍ରଚେଷ୍ଟା ଦେଖି, ଗ୍ରାମବାସୀ ସହଯୋଗ କଲେ। ତାହା ପରେ ଆବର୍ଜନାକୁ ଖତରେ ପରିଣତ କରିବା ପାଇଁ ଏକ ଦେଶୀୟ ପଦ୍ଧତିର ଛୋଟ କାରଖାନା ବସାଇବା ନିମନ୍ତେ ଋଣ ପାଇଗଲେ। ତାଙ୍କ କାରଖାନା ଇତି ମଧ୍ୟରେ ବଢ଼ିଗଲାଣି। ଶ୍ରମିକ ନିୟୋଜିତ କରି ବାରଟି ଶିଳ୍ପ ସ˚ସ୍ଥା, ସତେଇଶଟି ବଡ଼ ଭୋଜନାଳୟ ଏବ˚ ୩୭୫୦ଟି ଘରର ଆବର୍ଜନା ସେ ସ˚ଗ୍ରହ କରିବା ସହ ଖତରେ ପରିଣତ କରୁଛନ୍ତି। ଆବର୍ଜନା ସ˚ଗ୍ରହରୁ ଅର୍ଥ ମିଳୁଛି ଏବ˚ ଖତ ବିକ୍ରିରୁ ମଧ୍ୟ। ପ୍ରତି ଦିନ ତିନିରୁ ଚାରି ଟନ୍‌ ଖତ ବିକ୍ରି କରୁଛନ୍ତି। ସମସ୍ତ ଖର୍ଚ୍ଚ ଯାଇ, ପୋପଟଙ୍କ ମାସିକ ଆୟ ଏବେ ପଚାଶ ହଜାର ଟଙ୍କା।

ସମ୍ବନ୍ଧିତ ଖବର