ଆମ ଅଗୋଚରରେ ଶୟନ କକ୍ଷରେ ଏଭଳି କିଛି ସାମଗ୍ରୀ ରହିଥାଏ, ଯାହା ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ। କାଲିଫର୍ନିଆରେ କାର୍ଯ୍ୟରତ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ସୌରଭ ସେଠି, ସେଭଳି କେତେକ ସାମଗ୍ରୀର ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ପୁରୁଣା ତକିଆ ସେ ଭିତରୁ ଗୋଟିଏ। ସମୟ ସହିତ ତକିଆରେ ଧୂଳିକଣା, ଝାଳ, ମୃତ ଚର୍ମ କୋଷ ଓ ଆଲର୍ଜେନ ଜମା ହୋଇଯାଏ। ଏସବୁ ଆମର ଚର୍ମ, ସାଇନସ୍ ଓ ନିଦ୍ରାକୁ ବିଶୃଙ୍ଖଳିତ କରିପାରେ। ତେଣୁ ପ୍ରତି ୧-୨ ବର୍ଷରେ ତକିଆ ବଦଳାଇବା ଉଚିତ।
ଅନେକ ଲୋକ ସୁଗନ୍ଧିତ ପରିବେଶ ପାଇଁ ଏଆର୍ ଫ୍ରେସ୍ନର୍ ସ୍ପ୍ରେ ବ୍ୟବହାର କରନ୍ତି। ଅଧିକାଂଶ ଏଆର୍ ଫ୍ରେସ୍ନର୍ରେ ଫାଥାଲେଟ୍ସ ପରି ରାସାୟନିକ ପଦାର୍ଥ ଥାଏ, ଯାହା ପ୍ରଜନନ କ୍ଷମତା ହ୍ରାସ, ଆଜ୍ମା ଓ ହରମୋନ୍ ଅସନ୍ତୁଳନ ସହିତ ଜଡ଼ିତ। ତାହା ଶ୍ୱାସକ୍ରିୟା ସମସ୍ୟା ଏବଂ ମୁଣ୍ଡବିନ୍ଧାର କାରଣ ହୁଏ। ବିକଳ୍ପ ଭାବେ କକ୍ଷରେ ବାୟୁ ଚଳପ୍ରଚଳ ସୁନିଶ୍ଚିତ କରିବା ଉଚିତ।
ପୁରୁଣା ଗଦି ବା ମାଟ୍ରେସ୍ ମଧ୍ୟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଗଦି ପୁରୁଣା ହେବା ସହ ଅଧିକରୁ ଅଧିକ ମୃତ ଚର୍ମ କୋଷ, ଝାଳ, ଧୂଳିକଣା ଧାରଣ କରିଥାଏ। ତାହା ଯୋଗୁଁ ନିଦ୍ରା ଭଲ ନ ହେବା, ପିଠି ବିନ୍ଧିବା ପରି ସମସ୍ୟା ଦେଖାଦିଏ। ତେଣୁ ଗଦି ୭ରୁ ୧୦ ବର୍ଷ ପୁରୁଣା ହୋଇଗଲେ, ତାହାକୁ ବଦଳାଇବା ଦରକାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/18/bedroom-ad356920.jpg)