ପିଲାକୁ ସୁରକ୍ଷା ଦେବାକୁ ଟ୍ରାକ୍ଟର ସାମ୍ନାକୁ ଆସିଗଲା ମାଆ ପକ୍ଷୀ, ଭିିଡିଓ ହେଲା ଭାଇରାଲ୍‌

ମାଆ ସହ ଜୀବନ ଓ ମାଆ ବିନା ଜୀବନ ଭିତରେ ଆକାଶ-ପାତାଳର ଫରକ। ମାଆ ମାନବୀ ହେଉ ବା ଜୀବଜନ୍ତୁ, ନିଜ ପିଲା ପାଇଁ ସବୁ ମାଆ ଯତ୍ନବାନ ଏହାର ପ୍ରମାଣ ନିମ୍ନରେ ଦିଆଯାଇଥିବା ଟ୍ଵିଟର୍‌ ଭିଡିଓ।

ଭିଡିଓରେ ଦେଖିବାକୁ ମିଳିଛି ଜଣେ ମାଆ ପକ୍ଷୀ ନିଜ ଅଣ୍ଡାକୁ ସୁରକ୍ଷା ଦେବାକୁ ଯାଇ ସାମ୍ନାରୁ ଆସୁଥିବା ଟ୍ରାକ୍ଟରକୁ ଅଟକାଇ ଦେଇଛି। ଟ୍ରାକ୍ଟରଟି ଅଣ୍ଡା ପାଖାପାଖି ହୋଇଯିବା ପରେ ପକ୍ଷୀଟି ନିଜ ଅଣ୍ଡା ଉପରେ ବସି ପଡ଼ି ତା’ର ଡେଣା ମେଲାଇ ଟ୍ରାକ୍ଟରକୁ ଅଟକାଇବାର ଉଦ୍ୟମ କରିଛି। ସହୃଦୟ ଟ୍ରାକ୍ଟର ଚାଳକ ମାଆ ପକ୍ଷୀକୁ ନିଜ ଗାଡ଼ିରୁ ପାଣି ବାହର କରି ପିଇବାକୁ ଦେଉଥିବାର ଦେଖିବାକୁ ମିଳିଛି।

ଏହି ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓଟିକୁ ଦେଖିବା ପରେ ସୋସିଆଲ୍‌ ମିିଡିଆ ବ୍ୟବହାରକାରୀମାନେ ମାଆ ପକ୍ଷୀର ପ୍ରଶଂସା ପରେ ପ୍ରଶଂସା କରିବାରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର