ମୁମ୍ବାଇ: ଭିଡ଼ଭାଡ଼ ପାଇଁ ମୁମ୍ବାଇ ସହର ବେଶ୍‌ ଜଣାଶୁଣା। ତେବେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ମୁମ୍ବାଇର ବାସିନ୍ଦାମାନେ ମୁମ୍ବାଇର ଲୋକାରଲ୍‌ ଟ୍ରେନ୍‌ ଉପରେ ନିର୍ଭର କରିଥାନ୍ତି। ଲୋକାଲ୍‌ ଟ୍ରେନ୍‌ ବ୍ୟତୀତ ହୁଏତ ମୁମ୍ବାଇବାସୀ ସେମ‌ାନଙ୍କ ଜୀବନକୁ କଳ୍ପନା କରିପାରିବେ ନାହିଁ। ଅନେକ ଡକ୍ୟୁମେଣ୍ଟାରୀ, ବିଜ୍ଞାପନ ଏବଂ ଏପରିକି ବଲିଉଡ ଚଳଚ୍ଚିତ୍ରରେ ଏହି ବିଷୟବସ୍ତୁ ଦେଖିବାକୁ ମିଳିଛି।

Advertisment

କିନ୍ତୁ ଆମେ ଆଜି ଆପଣଙ୍କୁ କହିବୁ ଏକ ସଂପୂର୍ଣ୍ଣ ଭିନ୍ନ କଥା। ଆପଣ କେବେ କଳ୍ପନା କରିନଥିବେ ଯେ ଗୋଟିଏ କୁକୁର ତା’ର ଯାତ୍ରା ପାଇଁ ଲୋକାଲ୍‌ ଟ୍ରେନ୍‌ ଉପରେ ନିର୍ଭର କରୁଛି। ନିକଟରେ ସୋସିଆଲ ମିଡିଆରେ ପ୍ରତିଦିନ ଲୋକାଲ୍‌ ଟ୍ରେନ୍ ବ୍ୟବହାର କରୁଥିବା କୁକୁରର ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓଟି ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେବା ପରେ ଏଥିରେ ଅନେକ ପ୍ରତିକ୍ରିୟା ମିଳିଛି।

ଭିଡିଓରେ ଆପଣ ଦେଖି ପାରୁଥି‌େବେ ଯେ କୁକୁରଟି ଟ୍ରେନ୍‌ ଭିତରକୁ ପଶୁଛି। ଏହି କ୍ଲିପରେ ବୋରିଭାଲିରୁ ଆନ୍ଧେରି ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା ଦେଖିବାକୁ ମିଳିଛି। କୁକୁରଟି କାହାକୁ ହଇରାଣ ନକରି ଟ୍ରେନ୍‌ ଚଟାଣରେ ବସିଥିବାର ଆପଣ ଦେଖି ପାରୁଥିବେ। ଏହି ସୁନ୍ଦର ଭିଡିଓଟି ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ହୃଦୟ ଜିତିଛି। ଏପରିକି ଟ୍ରେନ ଭିତରକୁ ପଶୁଥିବା ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି।

ଭିଡିଓଟି ଇନ୍‌ଷ୍ଟାରେ ସେୟାର ହେବା ପରେ କ୍ୟାପ୍‌ସନ୍‌ ଦିଆଯାଇଛି, ‘ମୁମ୍ବାଇ ଲୋକାଲ୍‌ ଟ୍ରେନ୍‌ର ନିୟମିତ ଯାତ୍ରୀଙ୍କୁ ଭେଟନ୍ତୁ।’ ଭିଡିଓଟି ସେୟାର ହେବା ପରଠାରୁ ୮.୩ ଲକ୍ଷ ଭିୟୁ ହୋଇ ସାରିଲାଣି। ଏହି ଭିଡିଓକୁ ଦେଖି ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ମଜାଦାର କମେଣ୍ଟ୍‌ ସବୁ ଦେଇଛନ୍ତି।