ଚୀନରେ ଜଣେ ଯୁବକ ଏକ ଟ୍ରାନ୍ସପରେଣ୍ଟ କପଡ଼ା ଦେହରେ ପକାଇ ଉଭାନ ହୋଇଯାଉଥିବା ଖବର ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । କଥାଟା ଆଶ୍ଚର୍ଯ୍ୟକର ଲାଗୁଥିଲେ ମଧ୍ୟ ସତ୍ୟ । ଏଭଳି ଘଟଣା ପୂର୍ବରୁ ଆପଣ କେବଳ ଫିଲ୍ମରେ ଦେଖିଥିଲେ । ଶେଖର କପୁରଙ୍କର ନିର୍ଦ୍ଦେଶିତ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ରେ ଅନିଲ କପୁରଙ୍କର ଚରିତ୍ର କିଛି ଏଭଳି ଥିଲା । ସେ ଫିଲ୍ମରେ ଅନିଲ କପୁର ଏକ ଘଣ୍ଟା ପିନ୍ଧିବା ପରେ ଉଭାନ ହୋଇଯାଉଥିଲେ । ଏବେ ସେହିଭଳି ଏକ ମଜାଦାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଫିଲ୍ମରେ ଦେଖାଯାଇଥିବା ଜିନିଷ ମିଛ ହୋଇଥାଇ ପାରେ ।
କିନ୍ତୁ ଚୀନରେ ତିଆରି କରାଯାଇଥିବା ଏହି ଭିଡ଼ିଓରେ କିଛି ଏମିତି କୌଶଳ ଅବଲମ୍ବନ କରାଯାଇଛି ଯେଉଁଥିରେ ଜଣେ ଯୁବକ ଏକ ଟ୍ରାନ୍ସପରେଣ୍ଟ କପଡ଼ା ନିଜ ଆଗରେ ରଖିବା ପରେ ସେ ଉଭାନ ହୋଇଯାଉଛି । ଏହି ଭିଡ଼ିଓଟି ଭାଇରାଲ ହେବା ପରେ ସେସିଆଲ ମିଡ଼ିଆରେ ତୁଫାନ ଆସି ଯାଇଥିଲା । କମେଣ୍ଟ ବକ୍ସରେ ଏହା କିପରି ସମ୍ଭବ ବୋଲି ଲୋକେ ପଚାରିବାରୁ ଏହି ଭିଡ଼ିଓରେ ଦେଖାଯାଉଥିବା ବ୍ୟକ୍ତି ଯିଏକି ଜଣେ ବୈଜ୍ଞାନିକ ଏହା ‘କ୍ୱାଣ୍ଟମ୍ ଟେକ୍ନିକ୍’ ଦ୍ୱାରା ତିଆରି କରାଯାଇଛି ବୋଲି ଉତ୍ତର ଦେଇଥିଲେ । ଏହାକୁ ଯିଏବି ପିନ୍ଧିଲେ ଉଭାନ ହୋଇଯିବ ବୋଲି ସେ କହିଥିଲେ ।
/sambad/media/post_attachments/wp-content/uploads/2018/01/Invisible-Fabric-Invented-by-Chinese-Scientist-Video-300x198.jpg)
କିନ୍ତୁ କିଛି ଟେକ୍ନିସିଆନ୍ଙ୍କ କହିବା ଅନୁଯାୟୀ ଏହି କପଡ଼ାରେ ସେଭଳି କିଛି ଶକ୍ତି ନାହିଁ । ଏହି ଭିଡ଼ିଓକୁ ଏଡ଼ିଟ୍ କରି ଏପରି କରାଯାଇଛି । ଆପଲ ସେକ୍, ନୁକ୍, ଆଡ଼ବ୍ ଆଫ୍ଟର ଇଫେକ୍ଟ ଭଳି ସଫ୍ଟଓୟାର ଦ୍ୱାରା ଏଭଳି କରାଯାଇ ପାରିବ ବୋଲି ଟେକ୍ନିସିଆନ୍ ମାନେ ମତ ଦେଇଥିଲେ ।