ରାସ୍ତାରେ ବସିଥିବା ଏହି ବୃଦ୍ଧଙ୍କ ଗୀତ ଗାଇବାର ସ୍ବର ଶୁଣିଲେ ହେବେ ମନ୍ତ୍ରମୁଗ୍ଧ

ନୂଆଦିଲ୍ଲୀ: ଆମ ଦେଶରେ ପ୍ରତିଭାର କୌଣସି ଅଭାବ ନାହିଁ, ଯାହା ଆପଣ କେବଳ ଏହି ଭିଡିଓ ଦେଖି ଅନୁମାନ କରିପାରିବେ। ଏହି ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଯାହା ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ହୃଦୟକୁ ସ୍ପର୍ଶ କରିଛି। ତେବେ ସୋସିଆଲ ମିଡିଆ ଏମିତି ଏକ ମାଧ୍ୟମ ଯାହା ଦ୍ବାରା ଲୋକଙ୍କ ଲୁଚି ରହିଥିବା ପ୍ରତିଭା କିଛି ଘଣ୍ଟା ମଧ୍ୟରେ ଅନେକ ଲୋକଙ୍କ ପାଖରେ ପହଞ୍ଚି ପାରୁଛି।

 

 

View this post on Instagram

 

A post shared by Comedy Nation (@comedynation.teb)

ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ରାସ୍ତାରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ଗୀତ ଗାଉଥିବା ଦେଖିବାକୁ ମିଳୁଛି। ଭିଡିଓରେ ବ୍ୟକ୍ତି ଜଣକ ନିଜ ହାତରେ ଏକ ବାଦ୍ୟଯନ୍ତ୍ର ବଜାଇଉଥିବା ବେଳେ ପୂରା ଲୟ ଓ ସ୍ବରରେ ଗୀତ ଗାଉଛନ୍ତି।

ସୋସିଆଲ ମିଡିଆ ବ୍ୟବହାରକାରୀ ବ୍ୟକ୍ତିଙ୍କ ଗୀତ ଶୁଣି ମନ୍ତ୍ରମୁଗ୍ଧ ହୋଇଯାଇଛନ୍ତି। ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ସୁନ୍ଦରସୁନ୍ଦର ପ୍ରତିକ୍ରିୟା ଦେଉଛନ୍ତି। ଏହି ଭିଡିଓକୁ ବହୁ ମାତ୍ରାରେ ସେୟାର କରାଯାଉଥିବା ବି ‌ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର