ଜଳାଭାବର କବଳିତ ଦକ୍ଷିଣ ଆଫ୍ରିକାର କେପଟାଉନ୍‌ : ୭୦ ଦିନରେ ହେବେ ର୍ନିଜଳ

କେପଟାଉନ୍‌: ଜଳ ହିଁ ଜୀବନ , ଜଳ ବିନା ଜୀବ ଜଗତର କଳ୍ପନା କରାଯାଇ ପାରିବ ନାହିଁ । ତେବେ ଅନେକ ସମୟରେଏପରି କୁହାଯାଇଥାଏ କି ଜଳ ସଂରକ୍ଷଣ କିମ୍ବା ନିୟନ୍ତ୍ରଣ ନ କଲେ ଏହା ଶେଷ ହୋଇଯିବ । ଏହି କଥା ବର୍ତ୍ତମାନ ସତ ହେବା ପାଇଁ ଯାଉଛି ସାଉଥ ଆଫ୍ରିକାର କେପଟାଉନ୍‌ ସହରରେ । ଆଉ କିଛି ଦିନ ମଧ୍ୟରେ ଯଦି ବର୍ଷା ନ ହୁଏ ତେବେ ସେଠାରେ ଜଳର ଭୀଷଣ ଅଭାବ ଅନୁଭୂତ ହେବ।

punjabkesari.in

ଘଟଣା ଅନୁୟାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ କେପଟାଉନର ପ୍ରାୟ ୬ଟି ଡ଼୍ୟାମ ଶୁଖି ସାରିଲାଣି । ଏବେ ଏଠାରେ କେବଳ ୭୦ ଦିନ ପାଇଁ ପାଣି ରହିଛି । ଯଦି ଏପ୍ରିଲ ୨୧ ପର୍ଯ୍ୟନ୍ତ ଏଠାରେ ବର୍ଷା ନ ହୁଏ ତେବେ ଏଠାକାର ଜଳସ୍ତର ୧୩.୫% ପର୍ଯ୍ୟନ୍ତ ତଳକୁ ଖସିଯିବାର ସମ୍ଭାବନା ରହିଛି। ଓ୍ଵାଟରପ୍‌୍ରୁଫ କେପଟାଉନର ସବୁଠାରୁ ବଡ଼ ଡ଼୍ୟାମ ଅଟେ ।

punjabkesari.in

ଏହା ୧୦ ବର୍ଗକିଲୋମିଟର ପର୍ଯ୍ୟନ୍ତ ବ୍ୟାପି ଥିବା ବେଳେ ଏଥିରୁ ପ୍ରାୟ ୬୦ କୋଟି ଲିଟର ପିଇବା ପାଣି ଲୋକଙ୍କ ପାଖରେ ପହଞ୍ଚିଥାଏ । କିନ୍ତୁ ସମୟ କ୍ରମେ ବର୍ତ୍ତମାନ ଏହା ମଧ୍ୟ ଶୁଖିବାରେ ଲାଗିଲାଣି । ସେଠାରେ ଅଳ୍ପ କିଛି ଦିନ ମଧ୍ୟରେ ଲୋକଙ୍କ ଘରକୁ ପାଣିର ଯୋଗାଣ ବନ୍ଦ ହୋଇଯିବ । ସେଠାରେ ଦୈନିକ ୮୭ ଲିଟର ପାଣି ଯୋଗାଣ ହେଉଥିବା ବେଳେ ଏହା ହ୍ରାସ ପାଇ ଏବେ ୨୭ ଲିଟର ହୋଇଛି ।

punjabkesari.in

ତାହା ମଧ୍ୟ ଲାଇନରେ ଠିଆ ହୋଇ ଏକ ସ୍ଥାନରୁ ଆଣିବା ପାଇଁ ପଡ଼ୁଛି । ଏହି ଅସୁବିଧା ସମୟରେ ଲୋକଙ୍କୁ ସରକାର ଜଳ ବଞ୍ଚାଇବାର ଅନେକ ନୂତନ ପଦ୍ଧତି ବିଷୟରେ ଜଣାଉଛନ୍ତି । ଲୋକମାନେ ମଧ୍ୟ ସରକାରଙ୍କ ସହ ମିଶି ଏହି ଅସୁବିଧା ସମୟର ମୁକାବିଲଶ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।

ସମ୍ବନ୍ଧିତ ଖବର