ଏହି ଦୁଇଟି ଜଳପ୍ରପାତ ଦେଖିବା ବିନା ପର୍ଯ୍ୟଟକ କେରଳରୁ ଫେରି ନଥାନ୍ତି

କେରଳରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ଏ ଦୃଷ୍ଟିରୁ ଯଦି ଜଣେ ପର୍ଯ୍ୟଟକ ସଂପୂର୍ଣ୍ଣ କେରଳ ଭ୍ରମଣ କରିବାକୁ ଚାହେଁ, ତେବେ ତା’କୁ ବହୁ ଦିନ ଲାଗିଯିବ । ବର୍ଷାଋତୁରେ କେରଳର ସୌନ୍ଦର୍ଯ୍ୟ ଅତୀବ ଲୋଭନୀୟ । ଏଠାରେ ବର୍ଷସାରା ପର୍ଯ୍ୟଟକଙ୍କ ଭିଡ ଜମେ । ଏଠାକାର ତାପମାତ୍ରା ମଧ୍ୟ ସବୁବେଳେ କମ୍‌ ଥାଏ । ଗ୍ରୀଷ୍ମକାଳରେ ମଧ୍ୟ ଏଠାରେ ଥଣ୍ଡା ଅନୁଭୂତ ହୁଏ । ଏହି କାରଣରୁ ବର୍ଷର ଯେକୌଣସି ସମୟରେ ଜଣେ ଚାହିଁଲେ ଏହି ରାଜ୍ୟ ଭ୍ରମଣରେ ଆସିପାରିବ ।
କେରଳର ଅନ୍ୟ କେତେକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ରହିଛି ପ୍ରିୟଦର୍ଶିନୀ ପ୍ଲାନେଟୋରିୟମ୍‌, ବିଜିନଜାମ୍‌ ରକ୍‌କଟ୍‌ ଟେମ୍ପଲ୍‌, କୁଥିରାମାଲିକା, କନକାମୁନ୍ୟୁ ପ୍ୟାଲେସ୍‌ ଇତ୍ୟାଦି । ବର୍ଷର ବିଭିନ୍ନ ସମୟରେ ଏଠାରେ ବିଭିନ୍ନ ପ୍ରକାରର ସାଂସ୍କୃତିକ ଉତ୍ସବ ମାନ ଆୟୋଜିତ ହୋଇଥାଏ । ବିଭିନ୍ନ ଧର୍ମାବଲମ୍ବୀ ମାନଙ୍କ ପାଇଁ ଏଠାରେ କିଛି ନା କିଛି ଆକର୍ଷଣ ରହିଛି ।

photo-sraxacollective.files_.wordpress.com_.

ତେବେ କେରଳର ଦୁଇଟି ଜଳପ୍ରପାତ ଦେଖିବା ବିନା ପର୍ଯ୍ୟଟକ ଫେରି ନଥାନ୍ତି। ଏଥିମଧ୍ୟରୁ ଗୋଟିଏ ହେଲା ଆଥିରାପଲ୍ଲି ଜଳପ୍ରପାତ । ଏହା ହେଉଛି କୋଚିନ୍‌ର ଦ୍ୱାର ଦେଶ । ଏହା ପର୍ଯ୍ୟଟନର ପ୍ରମୁଖ ଆକର୍ଷଣ ହୋଇଥିବା ହେତୁ ଏଠାକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସି ଥାଆନ୍ତି । ଆଥିରପଲ୍ଲି ଜଳପ୍ରପାତ ବିଶ୍ୱପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଛି । ଏହା କେରଳର ସବୁଠୁଁ ଆକର୍ଷଣୀୟ ଜଳପ୍ରପାତ । ଯେ କେହି କେରଳର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଚାହାଁନ୍ତି ସେ ନିଶ୍ଚିତ ଭାବେ ଆଥିରାପଲ୍ଲି ଜଳପ୍ରପାତକୁ ଥରେ ବୁଲିଯିବା ଦରକାର । ଠିକ୍‌ ସେହିପରି ବାଜାଚଇ ଜଳପ୍ରପାତ ମଧ୍ୟ କେରଳ ପର୍ଯ୍ୟଟନର ଅନ୍ୟତମ ଆକର୍ଷଣ । ଏହା ପଶ୍ଚିମଘାଟରେ ଅବସ୍ଥିତ ।

ସମ୍ବନ୍ଧିତ ଖବର