ଦେଖନ୍ତୁ ଏହି ତରଭୁଜ ବିକାଳିଙ୍କ ବିକ୍ରି କରିବା ଶୈଳୀଙ୍କୁ, ଛୋଟପିଲା ତାଙ୍କ ପାଖ ମାଡିବାକୁ ଭୟ କରନ୍ତି

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ନିକଟରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ଏକ ତରଭୁଜ ବିକାଳି ଠେଲାରେ ତରଭୂଜ ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ତେବେ ଆପଣ ଭାବେ ଭାବୁଥିବେ ଏହି ତରଭୁଜ ବିକାଳିଙ୍କ ଭିଡିଓରେ ଏମିତି କ’ଣ ଅଛି କି ଏତେ ପରିମାଣରେ ଲୋକେ ଦେଖିବାକୁ ପସନ୍ଦ କରୁଛନ୍ତି।

ତେବେ ଏହି ଭିଡିଓରେ ତରଭୁଜ ବିକାଳିଙ୍କ ବିକ୍ରି କରିବା ଅଦ୍ଭୁତ ଶୈଳୀ ହେତୁ ଭିଡିଓଟି ଭାଇରାଲ ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି କି, ତରଭୂଜ ବିକାଳି ପ୍ରଥମେ ତରଭୁଜକୁ ଦୁଇ ଫାଳ କରି କାଟୁଛନ୍ତି। ତା’ପରେ ଏମିତି ଶୈଳୀରେ ବିକ୍ରି କରିଥାଆନ୍ତି କି ଛୋଟ ପିଲା ତାଙ୍କ ପାଖ ମାଡିବାକୁ ଭୟ କରିଥାଆନ୍ତି ବୋଲି ଶୁଣିବାକୁ ମିଳିଛି।

ନିକଟରେ ଏଭଳି ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ଜଣେ କଦଳୀ ବିକାଳି କଦଳୀ ବିକ୍ରି କରିବା ପାଇଁ ବିଭିନ୍ନ ରକମର ବଲିଉଡ୍‌ ଗୀତକୁ ନିଜ ଶୈଳୀରେ ଗାଇ ଗ୍ରାହକଙ୍କୁ ଆକୃଷ୍ଟ କରି ଥାଆନ୍ତି।  ଉଦାହରଣ ସ୍ୱରୂପ, ଏହି କଦଳୀ ବିକାଳି ବଲିଉଡ ଗୀତ ‘ୟସେ ନା ମୁଝେ ତୁମ ଦେଖୋ…କୁ ନିଜ ଶୈଳୀ ଗ୍ରାହକଙ୍କ ପାଇଁ ଏପରି ଗାଇ ଥାଆନ୍ତି କି… ‘ୟସେ ନା ମୁଝେ ତୁମ ଦେଖୋ..କେଲେ କେ କରିବ ଆଓ, ଦୋ ଦର୍ଜନ କେଲେ ଲେ ଯାଓ…’।

 

ସମ୍ବନ୍ଧିତ ଖବର