ଲକ୍ଷ୍ନୌ: ଶ୍ରାବବଣ ମାସ ଆରମ୍ଭ ହୋଇଛି। ଏହା ସହିତ କାଉଡ଼ି ଯାତ୍ରା ମଧ୍ୟ ଆରମ୍ଭ ହୋଇଛି । ହଜାର ହଜାର ଯୁବବର୍ଗ କାଉଡ଼ି ନେଇ ବାହାରିଛନ୍ତି। ବାବା ଭୋଲେନାଥଙ୍କ ପ୍ରତି ଭକ୍ତିଭାବରେ ଦିଲ୍ଲୀରୁ ହରିଦ୍ୱାର ଯାଉଛନ୍ତି ହଜାର ହଜାର କାଉଡ଼ିଆ। ଏନେଇ ଦିଲ୍ଲୀରୁ ହରିଦ୍ୱାର ପର୍ଯ୍ୟନ୍ତ ରାଜପଥରେ ଅନେକ ସ୍ଥାନରେ ଟ୍ରାଫିକ୍ ଜାମ୍ ହୋଇଛି । ଲୋକମାନେ କାଉଡ଼ିଆଙ୍କ ରହିବା ପାଇଁ ବ୍ୟବସ୍ଥା କରିଛନ୍ତି। ହୋଟେଲ, ଢାବା, ରେଷ୍ଟୁରାଣ୍ଟ ଏବଂ ଦୋକାନରେ କାଉଡ଼ିମାନଙ୍କ ପାଇଁ ଖାଦ୍ୟ ଏବଂ ରହିବା ବ୍ୟବସ୍ଥା ମଧ୍ୟ କରାଯାଇଛି।
ଯଦିଓ ସମଗ୍ର ଦେଶରେ ବିରୋଧ କରାଯାଉଥିବା ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଦେଇଥିବା ନେମ୍ପ୍ଲେଟ ଆଦେଶ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି। ତଥାପି ଏଥିରେ କୌଣସି ସନ୍ଦେହ ନାହିଁ ଯେ ନେମ୍ପ୍ଲେଟ ବିବାଦ ହିନ୍ଦୁ ଏବଂ ମୁସଲମାନମାନଙ୍କ ବିଶ୍ୱାସକୁ ଆଘାତ ଦେଇଛି। କିନ୍ତୁ ଲୋକଙ୍କ ମଧ୍ୟରେ ଏନେଇ ଧାର୍ମିକ ଭେଦଭାବନାହିଁ । ଏହାର ଏକ ଜୀବନ୍ତ ଉଦାହରଣ ହେଉଛି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏକ ଭିଡିଓ। ଯେଉଁଥିରେ ଦୁଇ ବନ୍ଧୁ ଅସଲମ ଏବଂ କହ୍ନୈୟା ଏକାଠି ହୋଇ କାଉଡ଼ି ନେଇ ଯାଉଛନ୍ତି। ଯେତେବେଳେ ଜଣେ ବ୍ୟକ୍ତି ତାଙ୍କ ସହିତ ନେମ୍ପ୍ଲେଟ୍ ବିବାଦ ବିଷୟରେ କଥାବାର୍ତ୍ତା କରିଥବଲେ, ତାଙ୍କର ଉତ୍ତର ସମସ୍ତଙ୍କୁ ଚକିତ କରିଥିଲା।
ଉଭୟ ବନ୍ଧୁଙ୍କ ଉତ୍ତର ସମସ୍ତଙ୍କ ହୃଦୟକୁ ଛୁଇଁଛି। ଅସଲମ ଏବଂ କହ୍ନୈୟା ନିଜ ସାଙ୍ଗମାନଙ୍କ ସହିତ କାଉଡ଼ି ନେଇ ବାହାରିଛନ୍ତି। ପ୍ରଶ୍ନର ଉତ୍ତର ଦେଇ କହ୍ନୈୟା କହିଛନ୍ତି ଯେ ଆମ ହୃଦୟରେ ଧର୍ମ ଏବଂ ଜାତି ନେଇ କୌଣସି ପାର୍ଥକ୍ୟ ନାହିଁ। ଯେଉଁଠାରେ ଆମେ ଆଶ୍ରୟ ପାଇଥାଉ, ଆମେ ସେଠାରେ ରହିଥାଉ। ଆମେ ସେଠାରେ ଖାଇ ଗାଧୋଇଥାଉ। ଏହା ସଲିମଙ୍କ ଢାବା, କୃଷ୍ଣଙ୍କର ହୋଟେଲ, ଏଥିରେ କିଛି ଫରକ ପଡ଼େ ନାହିଁ। ସମସ୍ତେ ଆମର ଭାଇ ଏବଂ ସମସ୍ତେ ଆମକୁ ସମର୍ଥନ କରନ୍ତି। ପ୍ରତିବର୍ଷ ଆମେ କାଉଡ଼ି ନେଇ ଯାଉଛୁ। ଅନେକ ଲୋକ ରାସ୍ତାରେ ବନ୍ଧୁ ହୁଅନ୍ତି। ମୁସଲମାନମାନେ ମଧ୍ୟ ଆମର ଭାଇ।
କହ୍ନୈୟା କହିଛନ୍ତି, ଦେଖ, ମୋର ବନ୍ଧୁ ଜଣେ ମୁସଲମାନ। ତାଙ୍କ ନାମ ଅସଲମ ଏବଂ ଆମେ ଦୁହେଁ କଲେଜର ବନ୍ଧୁ। ପ୍ରତିବର୍ଷ ଆମେ ଏକାଠି କାଉଡ଼ି ଯାତ୍ରା କରିଥାଉ। ତାଙ୍କ ଏବଂ ମୋ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ଆମ ପରିବାର ସଦସ୍ୟ ମଧ୍ୟ ଭେଦଭାବ କରନ୍ତି ନାହିଁ। ଅସଲମ କହିଛନ୍ତି ଯେ ନାମ ଏବଂ ପରିଚୟ ପ୍ରକାଶ କରିବା କାହାକୁ ବଡ଼ କିମ୍ବା ଛୋଟ କିମ୍ବା ଭିନ୍ନ ଧର୍ମର ନୁହେଁ। ସର୍ବପ୍ରଥମେ ଆମେ ମଣିଷ, ଯେଉଁମାନେ ଈଶ୍ବରଙ୍କ ଦାନ ଅଟନ୍ତି। ହିନ୍ଦୁ ମୁସଲମାନ ଏବଂ ଜାତି ମାନବ ଦ୍ୱାରା ସୃଷ୍ଟି। ଭଗବାନ ସେପରି ଭେଦଭାବ କରନ୍ତି ନାହିଁ। ଦୁଇବନ୍ଧୁଙ୍କ ଉତ୍ତର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/7.png)