ଶ୍ରୀମଦ୍ ଭଗବତ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ମଣିଷ ଶରୀର ହେଉଛି କ୍ଷଣଭଙ୍ଗୁର, ଅମର ହେଉଛି କେବଳ ତା’ର ଆତ୍ମା । ଯିଏ ଜନ୍ମ ନେଇଛି ତା’ର ମୃତ୍ୟୁ ସୁନିଶ୍ଚିତ । ଘରେ ବା ପଡ଼ୋଶୀଙ୍କ ଘରେ କାହାର ଦେହାନ୍ତ ହେଲେ ଅନ୍ତିମ ସଂସ୍କାର କରିବା ପୂର୍ବରୁ ଶବ ଯାତ୍ରା କରାଯାଇଥାଏ । ସେମିତି ଦେଖିବାକୁ ଗଲେ ଶବଯାତ୍ରାକୁ ନେଇ ସମାଜରେ ଅନେକ ମାନ୍ୟତା ରହିଛି । ଯଦି ଆପଣ କାହାର ଶବଯାତ୍ରା ଦେଖୁଛନ୍ତି,ତେବେ ଏହି ୪ଟି ଜିନିଷ ନିଶ୍ଚୟ କରନ୍ତୁ ।
୧.ଯଦି କୌଣସି ବ୍ୟକ୍ତି କାହାର ଅନ୍ତିମ ସଂସ୍କାରରେ ସାମିଲ ହୋଇଥାଏ ବା ଶବକୁ କାନ୍ଧେଇ ନେଇଥାଏ ତେବେ ତାକୁ ପୁଣ୍ୟ ମିଳିଥାଏ । ଥରେ ଏପରି କରିବା ଦ୍ୱାରା ପୂର୍ବରୁ କରିଥିବା ପାପ ଧୋଇ ହୋଇ ଯାଇଥାଏ ବୋଲି ବିଶ୍ୱାସ ରହିଛି।
୨.ରାସ୍ତାରେ ଯିବା ସମୟରେ ଯଦି ଆପଣ କୌଣସି ଶବଯାତ୍ରା ଦେଖୁଛନ୍ତି ତେବେ ତୁରନ୍ତ ଅଟକି ଯାଆନ୍ତୁ । ଭଗବାନଙ୍କୁ ମୃତ ବ୍ୟକ୍ତିଙ୍କ ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରି ଆଗକୁ ବଢ଼ନ୍ତୁ ।

୩.ଯଦି କାହାର ଶବଯାତ୍ରା ଦେଖୁଛନ୍ତି ତେବେ ଆପଣ ରାମ ନାମ ଜପ କରିବା ଆରମ୍ଭ କରନ୍ତୁ । ଶ୍ରୀରାମଚରିତ ମାନସ ଅନୁସାରେ ଶବଯାତ୍ରା ଦେଖି ରାମ ନାମ ଜପ କରିବା ଦ୍ୱାରା ଶିବ ପ୍ରସନ୍ନ ହୋଇଥାନ୍ତି । ଶିବପୁରାଣରେ କୁହାଯାଇଛି କି ମୃତ୍ୟୁ ପରେ ଆତ୍ମା ପରମାତ୍ମା ଅର୍ଥାତ ଶିବଙ୍କ ସହ ବିଲୀନ ହୋଇ ଯାଇଥାଏ । ସେଥିପାଇଁ ଶବଯାତ୍ରା ଦେଖି ରାମ ନାମ ଜପ କଲେ ଶିବଙ୍କ କୃପା ମିଳିଥାଏ ବୋଲି ବିଶ୍ୱାସ ରହିଛି।
୪.ଯଦି ଆପଣ କାର୍ କିମ୍ବା ବାଇକ୍ରେ ଯାଉଛନ୍ତି ତେବେ ଶବଯାତ୍ରା ଦେଖି ହର୍ଣ୍ଣ ବଜାନ୍ତୁ ନାହିଁ । ଏପରି କଲେ ମୃତ ବ୍ୟକ୍ତିଙ୍କୁ ଅସମ୍ମାନ ବୋଲି ଧରାଯାଇଥାଏ ।