ଜାଣନ୍ତୁ କେଉଁ ସ୍ୱପ୍ନ ଦେଖିଲେ , ଧନୀ ହେବା ସମ୍ଭାବନା ଅଧିକ

ଆମେ ଅନେକ ରାତିରେ କେତେକ ସ୍ୱପ୍ନ ଦେଖିଥାଉ । କାରଣ ଏହା ମଣିଷର ଏକ ସହଜାତ ପ୍ରବୃତ୍ତି। ଆମେ ଅନେକ ସମୟରେ ମହିଳାଙ୍କୁ ନେଇ ବିଭିନ୍ନ ଧରଣର ଅଙ୍ଗଭଙ୍ଗୀ ଓ ଭିନ୍ନ ଭିନ୍ନ ଅବସ୍ଥାରେ ସ୍ୱପ୍ନରେ ଦେଖିଥାଉ । ଆସନ୍ତୁ ଜାଣିବା କେଉଁ ସ୍ଥିତିରେ ଥିବା ମହିଳାଙ୍କୁ ସ୍ୱପ୍ନରେ ଦେଖିଲେ, ଭଲ ସମୟ ଆସୁଛି । ଯଦି ଜଣେ ପୁରୁଷ ସ୍ୱପ୍ନରେ ଜଣେ ମହିଳାଙ୍କ ସହିତ ଶାରୀରିକ ସଂପର୍କ ରଖୁଥିବାର ସ୍ୱପ୍ନ ଦେଖିଲେ, ସେ ଧନୀ ହେବେ ।

ଯଦି ଜଣେ ପୁରୁଷ ଜଣେ ବ୍ଲଣ୍ଡ କେଶ ଥିବା ମହିଳାଙ୍କୁ ସ୍ୱପ୍ନରେ ଦେଖନ୍ତି, ତେବେ ତାଙ୍କର ଏକ ସମ୍ଭ୍ରାନ୍ତ ଓ ଧନୀ ପରିବାରରେ ବାହାଘର ହେବା ଥୟ ବୋଲି ଜାଣନ୍ତୁ । ଜଣେ ପୁରୁଷ ଜଣେ ମହିଳା ତାଙ୍କ ବେକରେ ମାଳା ବରଣ କରୁଥିବାର ଦୃଶ୍ୟ ଦେଖିଲେ, ଉକ୍ତ ବ୍ୟକ୍ତିଙ୍କର କ୍ୟାରିଅର୍‌ ଖୁବ୍‌ ସଫଳ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଯଦି ଜଣେ ବ୍ୟକ୍ତି ସ୍ୱପ୍ନରେ ଜଣେ ସୁନ୍ଦରୀ ବଧୂଙ୍କୁ ସ୍ୱପ୍ନରେ ଦେଖନ୍ତି, ତେବେ ତାଙ୍କ ଜୀବନ ସୁଖମୟ ହେବ ବୋଲି ଜାଣନ୍ତୁ । ଯଦି ଜଣେ ବ୍ୟକ୍ତି ନିଜ ପତ୍ନୀ ବା ପ୍ରେମିକାଙ୍କୁ ଏକ ଟ୍ରିପ୍‌ରେ ନେଉଥିବାର ସ୍ୱପ୍ନ ଦେଖନ୍ତି , ତେବେ ତାଙ୍କର ବୈବାହିକ ଜୀବନ ସଫଳ ହେବ ବୋଲି ଜାଣନ୍ତୁ । ଜଣେ ପୁରୁଷ ସ୍ୱପ୍ନରେ ପରୀଙ୍କୁ ଦେଖିଲେ, ସେ ନିକଟ ଭବିଷ୍ୟତରେ ଧନୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର