ନୂଆଦିଲ୍ଲୀ: ଯଦି ଆପଣ ନୂଆବର୍ଷ ଅବସରରେ ଦିଲ୍ଲୀର ଆଖପାଖରେ ଥିବା ହିଲ ଷ୍ଟେସନ ବୁଲିବାକୁ ଯିବାକୁ ଯୋଜନା କରୁଛନ୍ତି, ତେବେ ନିଶ୍ଚିତ ଭାବରେ ଏହି ଖବର ପଢନ୍ତୁ। ବର୍ତମାନ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶର ଅନେକ ଅଞ୍ଚଳରେ ତୁଷାରପାତ ହେଉଛି। ପାହାଡ଼ିଆ ଅଞ୍ଚଳରେ ତୁଷାରପାତର ପ୍ରଭାବ ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଦେଖିବାକୁ ମିଳୁଛି। ଆସନ୍ତୁ ନୂଆବର୍ଷରେ କେଉଁ କେଉଁ ଜାଗାରେ ତୁଷାରପାତ ହେବ ତାହା ଜାଣି ରଖିବା।
ଅଧିକପଢ଼ନ୍ତୁ:ସ୍ବାମୀ ରିଲ୍ସ ପାଇଁ ମନା କରିବାରୁ ଟ୍ରେନ ସାମ୍ନାକୁ ଡେଇଁ ଜୀବନ ହାରିଦେଲେ ସ୍ତ୍ରୀ
ନୈନିତାଲ: ଦିଲ୍ଲୀ ଠାରୁ ୬ ଘଣ୍ଟା ଦୂରରେ ନୈନିତାଲ ଅବସ୍ଥିତ। ପାଣିପାଗ ବିଭାଗ ଅନୁଯାୟୀ, ଜାନୁଆରୀ ୧ରେ ନୈନିତାଲରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରହିବ। ଏହି ସମୟରେ ତୁଷାରପାତ ହେବାର କୈଣସି ସମ୍ଭାବନା ନାହିଁ। ତେବେ ପାଗ ମେଘୁଆ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଡେହରାଡୁନ୍: ଅନେକ ଲୋକ ନୂଆବର୍ଷରେ ଡେହରାଡୁନ୍ ଯିବାକୁ ମଧ୍ୟ ପସନ୍ଦ କରନ୍ତି। ଡେହରାଡୁନ୍ ମଧ୍ୟ ଏକ ସୁନ୍ଦର ହିଲ ଷ୍ଟେସନ୍। ଜାନୁଆରୀ ୧ ଅର୍ଥାତ୍ ନୂଆବର୍ଷରେ, ଦେହରାଡୁନରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରହିବ। ତେଣୁ ଏଠାରେ ମଧ୍ୟ ତୁଷାରପାତର ସମ୍ଭାବନା ନାହିଁ।
ଶିମଲା: ନୂତନ ବର୍ଷ ପାଳନ କରିବାକୁ ପର୍ଯ୍ୟଟକମାନଙ୍କ ପାଇଁ ଶିମଲା ମଧ୍ୟ ପ୍ରିୟ ସ୍ଥାନ। ଜାନୁଆରୀ ୧ରେ ଶିମଲାରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରହିବ। ଏଠାରେ ତୁଷାରପାତର ସମ୍ଭାବନା ନାହିଁ ବରଂ ଆପଣ ଏଠାରେ ପ୍ରବଳ ଥଣ୍ଡା ଅନୁଭବ କରିବେ।
କସୌଲି: କସୌଲି ମଧ୍ୟ ଏକ ସୁନ୍ଦର ହିଲ ଷ୍ଟେସନ୍। ଯଦି ଆପଣ ଅତ୍ୟଧିକ ଶୀତରେ ନୂଆବର୍ଷ ପାଳନ କରିବାକୁ ଚାହୁଁଛନ୍ତି ତେବେ କସୌଲିକୁ ଯାଆନ୍ତୁ। ଜାନୁଆରୀ ୧ରେ ଏଠାରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ଅଧିକପଢ଼ନ୍ତୁ:ଭବିଷ୍ୟବାଣୀ କଲେ କେଜ୍ରିୱାଲ, ବିଜେପି ପାଇବ ଏତିକି ଆସନ
ମସୁରୀ: ମସୁରୀ ଦିଲ୍ଲୀ ଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ରହିଛି। ଆପଣ ୩ ଘଣ୍ଟା ମଧ୍ୟରେ ଏଠାରେ ପହଞ୍ଚିପାରିବେ। ପାଣିପାଗ ବିଭାଗର ସୂଚନାନୁସାରେ, ନୂଆବର୍ଷର ପ୍ରଥମ ଦିନରେ ମୁସୁରୀର ତାପମାତ୍ରା ୪ ଡିଗ୍ରୀ ରହିବ।
ଧର୍ମଶାଳା: ବର୍ତମାନ ହିମାଚଳ ପ୍ରଦେଶରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହେଉଛି । ଧର୍ମଶାଳା ହିମାଚଳର ସବୁଠାରୁ ସୁନ୍ଦର ସ୍ଥାନ ଅଟେ। ନୂଆବର୍ଷ ଅବସରରେ ଲୋକମାନେ ଦୂରଦୂରାନ୍ତରୁ ଏଠାକୁ ଆସି ଉତ୍ସବ ପାଳନ କରନ୍ତି। ପାଣିପାଗ ବିଭାଗ ଅନୁଯାୟୀ, ଜାନୁଆରୀ ୧ ଓ ୨ ତାରିଖରେ ଧର୍ମଶାଳାରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରହିବ।
ଯଦି ଆପଣମାନେ ତୁଷାରପାତରେ ନୂତନ ବର୍ଷ ପାଳନ କରିବାକୁ ଚାହୁଁଛନ୍ତି, ତେବେ ଆପଣ ହିମାଚଳ ପ୍ରଦେଶର ବୁଥେଲ, କୁଟେହର, ଆଲାଏନ୍ ଦୁହୁଙ୍ଗା ଯାଇପାରିବେ। ପାଣିପାଗ ବିଭାଗର ସୂଚନାନୁସାରେ ଏହି ୩ ଜାଗାରେ ନୂଆବର୍ଷରେ ତୁଷାରପାତ ହେବାର ସମ୍ଭାବନା ରହିଛି ।