ନୂଆଦିଲ୍ଲୀ: ବଦଳୁ ଥିବା ସମୟ ସହିତ ମଣିଷର ଜୀବନଶୈଳୀ ବି ପରିବର୍ତ୍ତନ ହୋଇଥାଏ। ଏଥିସହିତ ସମସ୍ତ ଜିନିଷ ବି ବଦଳି ଯାଇଥାଏ। ଏହି କ୍ରମରେ ନିକଟର ଏକ ବିବାହ କାର୍ଡର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଇରାଲ ହୋଇଥିବା ବିବାହ କାର୍ଡକୁ ଯିଏ ଦେଖୁଛନ୍ତି ସିଏ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।
ଏହି ଭାଇରାଲ ହୋଇଥିବା ବିବାହ କାର୍ଡଟି ଊର୍ଦୁରେ ଧଳା କାଗଜ ଉପରେ ଲେଖା ହୋଇଥିବା ଦେଖିବାକୁ ମିଳୁଛି। ତେବେ ଯାହାଙ୍କ ଏହି ବିବାହ କାର୍ଡ ତାଙ୍କ ବିବାହ ୮୯ବର୍ଷ ପୂର୍ବେ ଅର୍ଥାତ ୧୯୩୩ ମସିହାରେ ହୋଇଥିଲା।
My grandparents’ wedding invitation circa #1933 #Delhi pic.twitter.com/WRcHQQULUX
— Sonya Battla (@SonyaBattla2) December 30, 2022
ସୋସିଆଲ ମିଡିଆରେ ଏହି ବିବାହ କାର୍ଡରୁ ଟୁଇଟର @ SonyaBattla2 ନାମକ ପେଜରୁ ସେୟାର କରାଯାଇଛି। ଆଉ କ୍ୟାପସନରେ ଲେଖାହୋଇଛି, ‘୧୯୩୩ ମସିହାରେ ମୋର ଜେଜେବାପା-ଜେଜେମା’ଙ୍କ ବିବାହ ନିମନ୍ତ୍ରଣ କାର୍ଡ।
ଏହି ବିବାହ କାର୍ଡକୁ ଦେଖିବା ପରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଆସୁଥିବା ଦେଖିବାକୁ ମିଳୁଛି। ତେବେ ପୁରୁଣା ଜିନିଷ ସାମ୍ନାକୁ ଆସିବା ନୂଆକଥା ନୁହେଁ, ଏହାପୂର୍ବରୁ ବି ଆଗକାଳରେ ଏକ ରେସ୍ତୋରାଁର ଖାଦ୍ୟ ମୂଲ୍ୟ କେତେ ଥିଲା ତାହାର ଏକ ବିଲ ସାମ୍ନାକୁ ଆସିଥିବା ଦେଖିବାକୁ ମିଳିଥିଲ। ଏଥିସହିତ ନିକଟରେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଥିବା ଗୋଟାଏ ବିଲ୍ରେ ୩୫୦ ସିସି ‘ରୟାଲ୍ ଏନଫିଲଡ ବୁଲେଟ୍’ ଦାମ୍ ମାତ୍ର ୧୮,୭୦୦ ଟଙ୍କା ବୋଲି ଉଲ୍ଲେଖ ଅଛି।
‘ରୟାଲ୍ ଏନଫିଲଡ ବୁଲେଟ୍’ ଖରିଦ ହୋଇଥିବା ଉକ୍ତ ବିଲ୍ଟି ପ୍ରାୟ ୩୬ ବର୍ଷ ପୁରାତନ ବୋଲି କୁହାଯାଉଛି। ସେତେବେଳେ ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାସ୍ଥିତ ‘ସନ୍ଦୀପ ଅଟୋ କମ୍ପାନି’ ଉକ୍ତ ବିଲ୍ଟି ଜାରି କରିଥିଲେ। ସେଥିରେ ଏହି ବାଇକ୍ର ନାଁ କେବଳ ‘ଏନଫିଲଡ୍ ବୁଲେଟ୍’ ବୋଲି ଲେଖାଯାଇଥିଲା।