ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ସମୟରେ ବିବାହର କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ବିବାହ ଦିନ ଘଟୁଥିବା ଅନେକ ମଜାଦାର ଘଟଣାର ଭିଡିଓ ପୂର୍ବରୁ ଆମେ ଆପଣଙ୍କୁ ଦେଖାଇଥିବା ବେଳେ ଆଜି ଏକ ଭାବବିହ୍ବଳ କଲା ଭଳି ଭିଡିଓ ଆମେ ଆପଣଙ୍କୁ ଦେଖାଇବୁ। ଏହି ଭିଡିଓରେ ଜଣେ ଦିବ୍ୟାଙ୍ଗ କନ୍ୟା ହ୍ବିଲ ଚେୟାରରେ ବସି ସାତ୍ ଫେରେ ନେଉଥିବାର ଏବଂ ବର କନ୍ୟାକୁ ବାହୁରେ ଧରି ମଞ୍ଚ ଉପରକୁ ନେଉଥିବାର ଦୃଶ୍ୟ ରହିଛି।
କନ୍ୟା ଦିବ୍ୟାଙ୍ଗ ହୋଇ ବି ବିବାହ ପାଇଁ ରାଜି ହେବା ଏବଂ ଏତେ ଭଲପାଇବା ଦେଉଥିବାରୁ ଲୋକେ ବରକୁ ପ୍ରଶଂସା କରିବାରେ ଲାଗିଛନ୍ତି। ଭିଡିଓରେ ଏହା ସ୍ପଷ୍ଟ ଦେଖାଯାଉଛି ଯେ କନ୍ୟା ଦିବ୍ୟାଙ୍ଗ ଏବଂ ସେ ନିଜ ଗୋଡ଼ରେ ଠିଆ ହୋଇପାରୁ ନାହାନ୍ତି। ଏଭଳି ପରିସ୍ଥିତିରେ ସାତ୍ ଫେରେ ପାଇଁ କନ୍ୟା ଏକ ହ୍ବିଲ ଚେୟାରରେ ବସିଥିବା ବେଳେ ବର ଆଗେ ଆଗେ ଚାଲିଛନ୍ତି। ଏହା ମଧ୍ୟ, ଭିଡିଓରେ ଦେଖାଯାଉଛି ଯେ ବର କନ୍ୟାକୁ ବାହୁରେ ଉଠାଇ ମଞ୍ଚ ଉପରକୁ ନେଉଛନ୍ତି ଏବଂ ବିଦାଇ ସମୟରେ ବି ସେ କନ୍ୟାଙ୍କୁ କୋଳରେ ଧରି କାର ପାଖକୁ ନେଉଛନ୍ତି।
View this post on Instagram
ଏହି ଭିଡିଓକୁ ସୋସିଆଲ ମିଡିଆରେ ବହୁତ ଲୋକେ ପସନ୍ଦ କରୁଥିବା ଦେଖାଯାଇଛି। ଭିଡିଓଟିକୁ ୱେଡମୋମେଣ୍ଟସଲଭ ନାମକ ଏକ ପେଜରେ ସେୟାର କରାଯାଇଛି। ଭିଡିଓ ସେୟାର୍ କରି ଲେଖା ଯାଇଛି ଯେ, ମିଲେ ହୋ ତୁମ୍ ହମକୋ, ବଡେ ନସିବୋଁ ସେ।