ନୂଆଦିଲ୍ଲୀ: ୨୭ ବର୍ଷୀୟ ଯୁବତୀ କମାଇଲେ ୨୫ କିଲୋ ଓଜନ । ଓଜନ କିପରି କମାଇଲେ ସେନେଇ ଯୁବତୀ ଜଣକ ନିଜ ସିକ୍ରେଟ ଡାଏଟ୍ କଥା କହିଛନ୍ତି । ଯୁବତୀଙ୍କ ନାଁ ହେଉଛି ୟାମିନୀ ଥପଲିୟାନ୍ ଯାହାଙ୍କୁ କି ତାଙ୍କ ମୋଟାପା ନେଇ ସମ୍ପର୍କୀୟ ଏବଂ ସାଙ୍ଗସାଥୀ ମଜାକ ବନାଉଥିଲେ। କିନ୍ତୁ ଯେଉଁମାନେ ଯୁବତୀଙ୍କ ମୋଟାପା ନେଇ ପରିହାସ କରୁଥିଲେ ଆଜି ସେମାନେ ତାଙ୍କର ତାରିଫ୍ କରୁଛନ୍ତି । ୨୭ ବର୍ଷର ୟାମିନୀ ନିଜ ଓଜନ ୨୫ କିଲୋ ହ୍ରାସ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା । ପୂର୍ବରୁ ତାଙ୍କ ଓଜନ ୮୩ କିଲୋ ଥିଲା । ୨୫ କିଲୋ କମ କରିବା ପରେ ବର୍ତ୍ତମାନ ତାଙ୍କ ଓଜନ ୫୯ କିଲୋ ଅଛି । ଓଭର ୱେଟ ଥିବା କାରଣରୁ ତାଙ୍କୁ ହେଲ୍ଥ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହେବାରେ ଲାଗିଥିଲା।
ୟାମିନୀ ଫରିଦାବଦରେ ରୁହନ୍ତି । ଏକ ଘରୋଇ କମ୍ପାନୀରେ ଏଚଆର ମ୍ୟାନେଜର ଅଛନ୍ତି । ୟାମିନୀ ଓଜନ କମାଇବା ନେଇ କହିଛନ୍ତି, ମୁଁ ରନିଙ୍ଗ, ସିଢି ଚଢିବା ଏବଂ ସ୍କିପିଙ୍ଗ୍ ପରି ବ୍ୟାୟାମ କରିବା ଆରମ୍ଭ କରିଦେଇଥିଲି । ଏହାର କିଛି ଦିନ ପରେ ଜିମ୍ ଯଏନ୍ କରିଥିଲି। ଆଉ ସେଠାରେ ଷ୍ଟ୍ରେନ୍ଥ ଟ୍ରେନିଙ୍ଗ ଉପରେ ମଧ୍ୟ ଧ୍ୟାନ ଦେଲି । ସପ୍ତାହର ୫ ଦିନ ବେଟ୍ ଟ୍ରେନିଙ୍ଗ କରିଥାଏ । ୨ ଦିନ ଅପର ବଡି, ୨ ଦିନ ଲୋୟର ବଡି, ଗୋଟିଏ ଦିନ କାର୍ଡିଓ ଏବଂ ଗୋଟିଏ ଫଙ୍କ୍ସନଲ ଟ୍ରେନିଙ୍ଗ କରୁଥିଲି । ପାଖାପାଖି ଦେଢ ଘଣ୍ଟା ବ୍ୟାୟାମ କରିଥାଏ। । ଜଙ୍କ୍ଫୁଡ୍ ଖାଇବା ବନ୍ଦ କରିବା ସହ ଚିନି ଏବଂ ଅନ୍ୟ ମିଠାଜାତୀୟ ଖାଦ୍ୟ ଖାଇବା ବନ୍ଦ କରିଦେଲି । ପରିଷ୍କାର ଏବଂ ସ୍ବାସ୍ଥ୍ୟକର ଡାଏଟ୍ ନେବା ଆରମ୍ଭ କରିଦେଲି । କୌଣସି ଭୋଜନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ନକରି ସବୁ ଖାଇଲି କିନ୍ତୁ ନିୟନ୍ତ୍ରଣରେ ଖାଇଲି । ମୁଁ କ୍ୟାଲୋରି ଉପରେ ନଜର ରଖିବା ଆରମ୍ଭ କରିଲି । ଯଦି ମୋତେ ଚକୋଲେଟ୍ ଖାଇବାକୁ ଇଛା ହେଉଛି ତେବେ ପୁରା ଚକୋଲେଟ୍ ନ ଖାଇ ଗୋଟିଏ କିମ୍ବା ଦୁଇଟି କ୍ଲକ୍ ଖାଇଦେଇଥାଏ । ଏପରି କରିବା ଦ୍ବାରା ମୋ ଓଜନ କମାଇବା ସହଜ ହୋଇଥିଲା ବୋଲି ୟାମିନୀ କହିଛନ୍ତି ।