ନୂଆଦିଲ୍ଲୀ: ଯେତେବେ‌ଳେ କାହାର ଶରୀରର ଓଜନ ଅଧିକ ହୋଇଯାଇଥାଏ, ଲୋକମାନେ ଉକ୍ତ ବ୍ୟକ୍ତିଙ୍କ ମଜାକ ଉଡ଼ାଇବା ଆରମ୍ଭ କରି ଦେଇ ଥାଆନ୍ତି। ଏହି ମଜାକ ସାମ୍ନା ବ୍ୟକ୍ତିଙ୍କୁ ଅନେକ ସମୟରେ ଅପମାନ ଲାଗିଥାଏ ତ ଆଉ କେତେବେଳେ ଏହି ମଜାକ ଲୋକଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଯାଇଥାଏ।

Advertisment

ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛି, ଯିଏକି ତାଙ୍କ ସାଙ୍ଗମାନଙ୍କ ମଜାକ ଉଡ଼ାଇବାକୁ ନେଇ ୪୮କିଲୋ ଓଜନ ହ୍ରାସ କରି ସବ-ଇନ୍ସପେକ୍ଟର ହୋଇପାରିଛନ୍ତି।

ଉକ୍ତ ସବ-ଇନ୍ସପେକ୍ଟରଙ୍କ ନାମ ଶୁଭମ ଘୋଷ ଓ ବୟସ ୩୧ ବର୍ଷ। ତାଙ୍କର ‌ପୋଷ୍ଟିଂ ଆଣ୍ଡାମାନ ନିକୋବରରେ ହୋଇଛି। ପ୍ରଥମେ ତାଙ୍କ ଓଜନ ୧୨୬କିଲୋ ଥିଲା। ଏହି ଓଜନକୁ ସେ ୨ବର୍ଷ ମଧ୍ୟରେ ହ୍ରାସ କରି ୭୮କି‌ଲୋରେ ପହଞ୍ଚିଛନ୍ତି।

ଶୁଭମ ନିଜର ଓଜନ ହ୍ରାସ ସମୟକୁ ନେଇ କହନ୍ତି, ପ୍ରଥମେ ମୋର ଖାଦ୍ୟ ପ୍ରତି ବହୁତ ରୁଚି ରହିଥିଲା। ଏହି କାରଣରୁ  ମୋର ଓଜନ ବୃଦ୍ଧି ପାଇବାକୁ ଲାଗିଥିଲା। ୨୦୧୩ରେ କଲେଜରେ ଭର୍ତ୍ତି ହେବା ସମୟରେ ମୋର ଓଜନ ୧୨୦ କିଲୋ ଥିଲା।  ଧୀରେଧୀରେ ଏହା ୧୨୬ରେ ପହଞ୍ଚି ଯାଇଥିଲା। ଓଜନ  ଅଧକ ଥିବାରୁ ସାଙ୍ଗମାନେ ସବୁବେଳେ ମୋର ମଜାକ ଉଡ଼ାଇ ଥାଆନ୍ତି। ଦିନେ ସଲମାନ ଖାନଙ୍କ ‘ୱାଣ୍ଟେଡ’ ସିନେମା ଦେଖିବାକୁ ସାଙ୍ଗମାନଙ୍କ ସହ ଯାଇଥିଲି। ସେହି ସିନେମାରେ ସଲମାନଙ୍କୁ ପୁଲିସ ପୋଷାକରେ ଦେଖି ମୁଁ ବହୁ ପ୍ରଭାବିତ ହୋଇଯାଇଥିଲି। ସିନେମା ଦେଖି ଆସିବା ପରଦିନଠାରୁ ମୁଁ ଲେମ୍ବୁ ପାଣି ପିଇବା ସହିତ ସକାଳେ, ସନ୍ଧ୍ୟାରେ କଲେଜ ପଡ଼ିଆରେ ଦୌଡ଼ିବା ଆରମ୍ଭ କରି ଦେଇଥିଲି।

ଯେତେବେଳେ ଶରୀରରୁ ଓଜନ ହ୍ରାସ ହେଉଥିବା ଅନୁଭବ କଲି ଜିମ ଯିବାକୁ ପସନ୍ଦ କରିଥିଲି। ଧୀରେଧୀରେ ମୋର ଓଜନ ହ୍ରାସ ହେବାକୁ ଲାଗିଥିଲା। ମୋର ଫିଟନେସ ଏମିତି ହୋଇଗଲା କି ମୁଁ ଥରକରେ ୧୦୦ଫୁସଅପ କରି ଦେଉଥିଲି। ଏହାରି ମଧ୍ୟରେ ମନ ଦେଇ ପାଠ ପଢ଼ି ସବ-ଇନ୍ସପେକ୍ଟର ହେବା ଇଚ୍ଛାକୁ ବି ପୂରା କରିଥିଲି।