ନୂଆଦିଲ୍ଲୀ: ଖାଦ୍ୟର ଭୁଲ ଚୟନ, ଭୁଲ ଜୀବନଶୈଳୀ, ଅଧିକ ତୈଳଯୁକ୍ତ ଖାଦ୍ୟ, କମ ନିଦ୍ରା ଆଦି କାରଣ ହେତୁ ଆଜାକାଲି ଓଜନ ବୃଦ୍ଧି ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ଯଦ୍ବାରା ଅନେକ ରୋଗ ମଧ୍ୟ ମାଡ଼ି ବସୁଛି। ଲୋକମାନେ ଓଜନ ହ୍ରାସ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ ଆପଣାଇ ଥାଆନ୍ତି। ନିକଟରେ ଜଣେ ମହିଳା ୮୨କିଲୋ ଓଜନ ହ୍ରାସ କରିଥିବା ଜଣାପଡ଼ିଛି। ତାଙ୍କ ଓଜନ ୧୪୬କିଲୋ ରହିଥିଲା।

Advertisment

୮୨କିଲୋ ଓଜନ ହ୍ରାସ କରିଥିବା ମହିଳାଙ୍କ ନାମ କାର୍ଲା ପିଏରା ଫିଟଜଗୋରାଲ୍ଡ ବୋଲି ଜଣାପଡ଼ିଛି। ଯାହାଙ୍କ ବୟସ ୩୫ବର୍ଷ ହେବ। କାର୍ଲା ନିଜର ଓଜନ ହ୍ରାସକୁ ନେଇ କହନ୍ତି, ବୃଦ୍ଧି ପାଉଥିବା ଓଜନ ପାଇଁ ମୁଁ ଅନେକ ସମୟରେ ଲୋକଙ୍କ ପରିହାସର କେନ୍ଦ୍ର ପାଲଟିଛି। ଏକଦା ମୁଁ ଓଜନ ହ୍ରାସ କରିବାକୁ ସ୍ଥିର କରିଥିଲି। ତେଣୁ ମୁଁ ପ୍ରଥମେ ଡାକ୍ତରଙ୍କ ପାଖକୁ ଯାଇ ପରାମର୍ଶ ନେଇଥିଲି।

ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ଖାଦ୍ୟ ଖାଇଲି। ମନକୁ ସୁସ୍ଥ ରଖିଲି। ପ୍ରତିଦିନ ବ୍ୟାୟାମ କଲି। ଧୀରେଧୀରେ ମୋର ଶରୀର ହାଲକା ଲାଗିଲା। ନିୟମିତ ବ୍ୟାୟାମ କରିବା, ମନକୁ ସୁସ୍ଥ ରଖିବା, ତୈଳ ଓ ମସଲାଯୁକ୍ତ ଖାଦ୍ୟ କମ ଖାଇବା  ଏହି ତିନିଟି ଉପାୟ ଆପଣାଇ ମାତ୍ର ୧୦ସପ୍ତାହରେ ମୁଁ ୧୯କିଲୋ ଓଜନ ହ୍ରାସ କରି ପାରିଥିଲି। ଏହାପରେ ଓଜନ ହ୍ରାସ ନେଇ ମନରେ ଏକ ପ୍ରକାର ଉତ୍ସାହ ଭରି ଯାଇଥିଲା। ୨୦୨୧ ମସିହା ପର୍ଯ୍ୟନ୍ତ ମୁଁ ୮୨କିଲୋ ଓଜନ ହ୍ରାସ କରି ନେଇଥିଲି।

ସକାଳେ ମୁଁ କଫି ପିଉଥିବା ବେଳେ ଜଳଖିଆରେ ପନିର ବଟର, ସେଓ ଓ ବିଭିନ୍ନ ପ୍ରକାର ଫଳ ଖାଇଥାଏ। ଏଥିସହିତ ଦ୍ବିପହର ଖାଦ୍ୟରେ ଗ୍ରୀନ ସାଲାଡ ଖାଇଥାଏ। ସେହିପରି ରାତି ସମୟରେ ଭଜା ଟମାଟୋ, ପାଳଙ୍ଗ ଓ ଫୁଲକୋବିର ବ୍ୟଞ୍ଜନ ଖାଇଥାଏ।