ବର ଦାଢ଼ି କାଟିବା ପରେ ହିଁ ଝିଅକୁ ବାହା ଦେବି: ବେଦୀ ଉପରେ କନ୍ୟା ପିତା ରଖିଲେ ସର୍ତ୍ତ, ୨ ଦିନ ଗଡ଼ିଗଲା ବାହାଘର

ଭୋପାଲ : ଜଣେ ଯୁବକଙ୍କୁ ବିବାହ କରିବା ମହଙ୍ଗା ପଡ଼ିଛି । ବିବାହ କରିବାକୁ ଯାଇ ତାଙ୍କୁ ନିଜ ଦାଢ଼ି କାଟିବାକୁ ପଡ଼ିଛି । ବାହାଘର ଦିନ ବର ବେଶରେ କନ୍ୟା ଘରେ ପହଞ୍ଚିବା ପରେ ତାଙ୍କୁ ଏପରି କରିବାକୁ କୁହାଯିବ ବୋଲି ବୋଧହୁଏ କେହି ଭାବି ନଥିବେ । କିନ୍ତୁ ଏହା ସତ ।

ସୂଚନା ମୁତାବକ, ବାହାଘର ପାଇଁ ବେଦୀ ସଜା ସରିଥିବା ବେଳେ ବର ଧୁମ୍‌ଧାମ୍‌ରେ ବରଯାତ୍ରୀ ନେଇ କନ୍ୟା ଘରେ ପହଞ୍ଚିଥିଲା । କିନ୍ତୁ ବେଦୀକୁ ଯିବା ପୂର୍ବରୁ ଝିଅକୁ ବାହା ଦେବେ ନାହିଁ ବୋଲି କନ୍ୟାର ବାପା ଅଡ଼ି ବସିଲେ । ହଠାତ୍‌ କ’ଣ ହେଲା ବୋଲି ସମସ୍ତେ ପଚାରିବା ପରେ ପ୍ରକୃତ କାରଣ ସାମ୍ନାକୁ ଆସିଲା । କନ୍ୟାର ଜଣେ ସମ୍ପର୍କୀୟ ବର ଦାଢ଼ିକୁ ଦେଖି କ’ଣ ଏମିତି ପାଗଳ ପରି ଦେଖାଯାଉଛି ବୋଲି କହିବାରୁ କନ୍ୟାର ବାପା ଏହି ସର୍ତ୍ତ ରଖିଥିଲେ । କନ୍ୟାର ବାପାଙ୍କର ଏଭଳି ସର୍ତ୍ତ ଶୁଣିବା ପରେ ଏପରି ସେ କେବେ ବି କରି ପାରିବେ ନାହିଁ ବୋଲି ମନା କରିଥିଲେ ।

indiatimes.com

ଶୁଭ ବେଳା ଗଡ଼ି ଯାଉଥିଲେ ମଧ୍ୟ କନ୍ୟାର ବାପା ନିଜ ଜିଦ୍‌ରୁ ଓହରି ନଥିଲେ । ଅନ୍ୟପକ୍ଷରେ ବର ମଧ୍ୟ ଦାଢ଼ି କାଟିବାକୁ ରୋକ୍‌ଠୋକ୍‌ ମନା କରି ଦେଇଥିଲା । ୧୨ ଘଣ୍ଟା ବିତିଯିବା ପରେ ମଧ୍ୟ କେହି ନିଜ ନିଜ ଜିଦ୍‌ରୁ ଓହରି ନଥିଲେ । ଏହା ପରେ ପରିବାର ଲୋକେ ଏହି ସମସ୍ୟାର ସମାଧାନ ପାଇଁ ପୁଲିସକୁ ଡ଼କାଇଥିଲେ । ପୁଲିସ ଆସି ବରକୁ କିଛି ସମୟ ବୁଝାଇବା ପରେ ବର ନିଜର ଦାଢ଼ି କାଟିବାକୁ ରାଜି ହୋଇଥିଲେ । ଏହା ପରେ ସୁରୁଖୁରୁରେ ବିବାହ ସମ୍ପନ୍ନ ହୋଇଥିଲା । ବିବାହ ସରିବା ବେଳକୁ ଏ ଖବର ଏତେ ପ୍ରସାର ହୋଇଯାଇଥିଲା ଯେ କାଳେ କିଏ ଝିଅ ଘରୁ ଉପହାର ନେଲେ ଯୌତୁକ ଭାବି ନେବ ସେଥିପାଇଁ ରିସେପ୍‌ସନରେ ମିଳିଥିବା କୌଣସି ଉପହାରକୁ ନେବା ପାଇଁ ବର ମନା କରି ନେଇଥିଲା ।

ସମ୍ବନ୍ଧିତ ଖବର