ଭାଇରାଲ୍‌ ହେଉଛି ଦମ୍ପତିଙ୍କ ଆଧାରକାର୍ଡ ପରି ଦିଶୁଥିବା ବିବାହ ଖାଦ୍ୟ ମେନୁ

କୋଲକାତା: ପଶ୍ଚିମବଙ୍ଗର ଏକ ଦମ୍ପତିଙ୍କ ବିବାହ ନିମନ୍ତ୍ରଣର ଖାଦ୍ୟ ମେନୁ କାର୍ଡ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି। କାର୍ଡଟି ଆଧାରକାର୍ଡ ପରି ଡିଜାଇନ୍‌ ହୋଇଛି।

ଏହି ଖାଦ୍ୟମେନୁର ଫଟୋ ପ୍ରଥମେ ଫେସବୁକରେ ପୋଷ୍ଟ କରାଯାଇଥିଲା ଏବଂ ସେବେଠାରୁ ଏହା ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବ୍ୟାପକ ଭାବରେ ପ୍ରସାରିତ ହୋଇଚାଲିଛି। ଏ ନେଇ ବର ଗୁଗୁଲ୍‌ ସାହା ଓ କନ୍ୟା ସୁବର୍ଣ୍ଣା ଦାସ କହନ୍ତି କି ସେମାନଙ୍କ ବିବାହ ମେନୁ କାର୍ଡ ଯେଉଁଭଳି ଭାବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ତାହା ଦେଖି ସେମାନେ ଖୁବ୍‌ ଆନନ୍ଦିତ।

ଏହି କାର୍ଡ ତିଆରିବାକୁ ନେଇ ସମସ୍ତ ଶ୍ରେୟ ନିଜ ପତ୍ନୀଙ୍କୁ ଦେଇଛନ୍ତି ଗୁଗଲ୍‌। ସେ କହିଛନ୍ତି କି ‘ଯେହେତୁ ଆମେ ଡିଜିଟାଲ୍‌ ଇଣ୍ଡିଆର ସମର୍ଥକ, ତେଣୁ ଭାବିଲୁ ଯେ ଏହାଠାରୁ ଭଲ ସମର୍ଥନ ଆଉ କିଛି ହୋଇ ନପାରେ।’

ଏପରିକି ତାଙ୍କ ଏହି ଚିନ୍ତାଧାରା ପାଇଁ ଅନେକ ଅତିଥି ସେମାନଙ୍କ ସହ ମଜାକ୍‌ କରିବା ସହ ଆଜିକାଲି ବିବାହ ଉତ୍ସବରେ ବି ଆଧାରକାର୍ଡର ଆବଶ୍ୟକତା ରହିଛି ବୋଲି କହିଥିଲେ। ଏହି ଦମ୍ପତି ଫେବ୍ରୁଆରି ୨ ତାରିଖରେ ବିବାହ କରିଛନ୍ତି।

 

ସମ୍ବନ୍ଧିତ ଖବର