ଚର୍ଚ୍ଚାରେ ଜୋମାଟୋର ଡେଲିଭରି ବଏ : ଅର୍ଡର କ୍ୟାନ୍‌ସଲ ହେବା ପରେ ଖାଦ୍ୟକୁ ନେଇ ଏହି କାମ କରନ୍ତି ଯୁବକ

ନୂଆଦିଲ୍ଲୀ : ଫୁଡ୍‌ ଡେଲିଭରୀ କମ୍ପାନୀ ଜୋମାଟୋ ଏଇ ମାସରେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଛି । କିଛି ଦିନ ତଳେ ଦିବ୍ୟାଙ୍ଗଙ୍କୁ ଫୁଡ୍‌ ଡେଲିଭରୀ କାମରେ ନିୟୋଜିତ କରିଥିବାରୁ ପ୍ରଶଂସାର ପାତ୍ର ହୋଇଥିଲା ଜୋମାଟୋ । ଏବେ ଆଉ ଜଣେ ଡେଲିଭରୀ ବଏ ଯେଉଁ କାମ କରିଛନ୍ତି, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ଜୋମାଟୋର ଜଣେ ଡେଲିଭରୀ ବଏ ଅର୍ଡର କ୍ୟାନ୍‌ସଲ ହେବା ପରେ କ୍ୟାନ୍‌ସଲ ହୋଇଥିବା ଖାଦ୍ୟକୁ ଗରିବ ପିଲାମାନଙ୍କ ମଧ୍ୟରେ ବାଣ୍ଟି ଦେଉଥିବା ଜଣାପଡ଼ିଛି । ଡେଲିଭରୀ ବଏଙ୍କ ଏଭଳି କାମକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

oneindia.com

କୋଲକାତାର ପଥିକ୍ରିତ ଶାହା ନାମକ ଏହି ଡେଲିଭରୀ ବଏକଙ୍କୁ ଛୋଟ ପିଲାମାନେ ରୋଲ କାକା ବୋଲି ଡ଼ାକିଥାନ୍ତି । କେତେ ବେଳେ ଅଣ୍ଡା ତ କେତେ ବେଳେ ଚିକେନ ରୋଲ ନେଇ ଗରିବ ପିଲାମାନଙ୍କ ପାଖରେ ପହଞ୍ଚନ୍ତି ପଥିକ୍ରିତ । ବେଳେ ବେଳେ ବିରିୟାନୀ ବା ଅନ୍ୟ ସ୍ୱାଦିଷ୍ଟ ଜିନିଷ ନେଇ ପହଞ୍ଚିଥାନ୍ତି ସେ । ଅର୍ଡର କ୍ୟାନ୍‌ସଲ ହେବା ପରେ ଖାଦ୍ୟ ଫିଙ୍ଗିବା ପରିବର୍ତ୍ତେ ପଥିକ୍ରିତ ଏଭଳି କାମ କରୁଥିବା ଜାଣି ଏବେ ଲୋକେ ତାଙ୍କୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର