ଆମର ପ୍ରିୟ ଫଳ କଦଳୀ ଫେଣାରେ ବା କାନ୍ଧିରେ ଯେପରି ସଜ୍ଜିତ ହୋଇ ରହିଥାଏ, ତାହା ବେଶ ଆକର୍ଷକ ଦିଶେ। ତେବେ ଏହି ରସାଳ ଫଳଟି ସିଧା ନହୋଇ ତାହାର ଆକୃତି ଏପରି ବଙ୍କା ହୋଇଥାଏ କାହିଁକି, ତାହାର କାରଣ ଖୋଜିବାକୁ ଯାଇ ଗବେଷକମାନେ ଦୀର୍ଘ ଦିନ ଯାଏ ଦ୍ବନ୍ଦ୍ବରେ ପଡ଼ିଥିଲେ। ବହୁ ଅନୁଧ୍ୟାନ ପରେ କଦଳୀର ବକ୍ରତାର ପ୍ରକୃତ କାରଣ ମିଳିପାରିଛି। ବିଶେଷ କରି ‘ନେଗେଟିଭ୍ ଜିଓ ଟ୍ରପିଜିମ୍’ ନାମକ ଏହାର ବୃଦ୍ଧି ପ୍ରକ୍ରିୟା ହିଁ ତାହାକୁ ଏପରି ବକ୍ର କରିଦେଇଥାଏ ବୋଲି ସ୍ପଷ୍ଟ ହୋଇଛି। ଅର୍ଥାତ୍ ପୃଥିବୀର ମାଧ୍ୟାକର୍ଷଣ ବ​ଳର ପ୍ରତିକୂଳ ଦିଗରେ ଏହା ବଢ଼ିଥାଏ। ସାଧାରଣତଃ ଅନ୍ୟ ଫଳଗୁଡ଼ିକ କଷି ଅବସ୍ଥାରୁ ପାକଳ ହେଲା ଯାଏ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ତଳମୁହାଁ ହୋଇ ବଢ଼ିଥା’ନ୍ତି। ମାତ୍ର ଆକୃତିରେ ସିଧା ଥିବା କଦଳୀ କଷିଗୁଡ଼ିକ ବଢ଼ିଲା ବେଳେ ସୂର୍ଯ୍ୟାଲୋକ ପାଇବା ପାଇଁ ସୂର୍ଯ୍ୟଙ୍କ ଆଡ଼କୁ ଢଳି ଉପରମୁହାଁ ହୋଇ ବଢ଼ିଥା’ନ୍ତି। ଏହି ଅବସରରେ ପୃଥିବୀର ମାଧ୍ୟାକର୍ଷଣ ବଳ ମଧ୍ୟ ସେମାନଙ୍କୁ ତଳକୁ ଟାଣିଥାଏ। ସୁତରାଂ ସେମାନେ ମଧ୍ୟଭାଗକୁ ଏପରି ବକ୍ର ହୋଇପଡ଼ିଥା’ନ୍ତି। ଯଦିଓ କାନ୍ଧିଟି ମାଧ୍ୟାକର୍ଷଣ ବଳ ଦ୍ବାରା ତଳକୁ ଝୁଲିଥାଏ, ଫେଣାରେ ଉପରମୁହାଁ ହୋଇ ବଢୁଥିବା କଦଳୀଗୁଡ଼ିକ ସମାନ ଧାରାରେ ବଙ୍କା ହୋଇ ସଜେଇ ହୋଇ ରହିଥା’ନ୍ତି।
କଦଳୀ ବକ୍ରାକାର କାହିଁକି?
/sambad/media/post_attachments/wp-content/uploads/2019/10/banana.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)