ଇସ୍ଲାମ୍ବାଦ୍: ଦିଲ୍ ତୋ ବଚ୍ଚା ହୈ ଜୀ, ଏଥିପାଇଁ ତ କୁହାଯାଏ କି ପ୍ରେମ କରିବାକୁ କିଛି ନିର୍ଦ୍ଦିଷ୍ଟ ବୟସ ନଥାଏ। ବୟସ ବଢ଼େ, ହେଲେ ମନ କେବେ ବଢ଼େନା। ଆଜି ଆମେ ଯେଉଁ ବୟସ୍କ ଦମ୍ପତିଙ୍କ ବିଷୟରେ କହିବୁ, ସେ ଦୁହେଁ ହେଉଛନ୍ତି ଏହି କଥାର ସବୁଠାରୁ ଭଲ ଉଦାହରଣ। ପାକିସ୍ତାନୀ ସୋ’ରେ ଜେଜେମାଆ ଭୂମିକା ନିଭାଉଥିବା ସମୀନା ଅହମ୍ମଦ ୭୨ ବର୍ଷ ବୟସରେ ୭୦ ବର୍ଷୀୟ ବରିଷ୍ଠ ଅଭିନେତା ମନଜର ସାହାବାଇଙ୍କୁ ଦୁଇ ବର୍ଷ ତଳେ ବିବାହ କରିଥିଲେ।
ନିକଟରେ ସେମାନଙ୍କର ଏକ ସାକ୍ଷାତ୍କାର ଦେଖିବା ପରେ ଏହି ଦମ୍ପତିଙ୍କ ପ୍ରେମ କାହାଣୀ ପୁଣି ଥରେ ସ୍ମରଣକୁ ଆସିଛି। ଜାଣିବାକୁ ମିଳିଛି ଯେ ଦୁହେଁ ଦୁହିଁଙ୍କୁ ପ୍ରଥମ ଦେଖାରେ ହିଁ ମନ ଦେଇ ବସିଥିଲେ। ବିବାହ ପ୍ରସ୍ତାବ ପ୍ରଥମେ ମନଜରଙ୍କ ଆଡୁ ମିଳିଥିଲା। ମାତ୍ର ସମାଜ ଓ ନିଜ ପିଲାଙ୍କ ବିଷୟରେ ଭାବି ଟିକେ ପଛଘୁଞ୍ଚା ଦେଇଥିଲେ ସମୀନା।
ପୁଣି ମନଜର ବୁଝାଇଲେ ଯେ ନିଜ ବିଷୟରେ ଭାବିକା ଆଦୌ ବି ଅପରାଧ ନୁହେଁ। ସମାଜର ଚିନ୍ତା ନକରି ତାଙ୍କୁ ନିଜ ଖୁସିର କଥା ଭାବିବା ଉଚିତ। ପୁଣି ନିଜ ପିଲାଙ୍କୁ ବିବାହ କଥା କହିଥିଲେ ସମୀନା। ତାଙ୍କ ପିଲା ପ୍ରଥମେ ତାଙ୍କ ମୁହଁରୁ ଏବେ ବୟସରେ ବିବାହ କରିବା କଥା ଶୁଣି କ୍ଷୁବ୍ଧ ହୋଇଥିଲେ। ମାତ୍ର ପରେ ସମୀନା ବୁଝାଇବାରୁ ସେମାନେ ମାନି ଯାଇଥିଲେ। ଏବେ ମନଜର୍ ଓ ସମୀନା ବେଶ୍ ଖୁସିରେ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/Untitled-17.jpg)