ସ୍ଵର୍ଣ୍ଣ ଲଙ୍କା ଦେଖି ରାବଣ କଣ କରିଥିଲା

ରାମାୟଣରେ ଦଶାନନ ରାବଣ ଏକ କଳଙ୍କିିତ ଚରତ୍ର। ଯଦିଓ ସେ ଜଣେ ଋଷିପୁତ୍ର, ମାତ୍ର ରାବଣଙ୍କ ମାତା ଜଣେ ଦାନବୀ ହୋଇଥିବାରୁ ବିଭିନ୍ନ ଦାନବୀୟ ଗୁଣ ରାବଣ ମଧ୍ୟରେ ସହଜତ ଭାବେ ଅସି ଯାଇଥିଲା। ସେଥିମଧ୍ୟରୁ ଅନ୍ୟତମ ଖରାପ ଗୁଣ ଥିଲା ଲୋଭ ଓ ଲୋଭର ବଶବର୍ତ୍ତୀ ହେଇ ନିଜର ଆସୁରିକ ବଳ ପ୍ରୟାଗ କରି ଅନ୍ୟର ସାମଗ୍ରୀକୁ ନିଜ ଅଧିକାରକୁ ନେବା। ପ୍ରଥମରୁ ସ୍ୱ୍ଵର୍ଣ୍ଣ ଲଙ୍କା ରାବଣର ନ ଥିଲା ।ଏହା ଥିଲା ଧନର ଦେବତା କୁବେରଙ୍କର। ଏକଦା କୁବେର ନିଜ ବୈଭବଶାଳୀ ସ୍ୱର୍ଣ୍ଣ ଳଙ୍କାରେ ବସିଥିବା ବେଳେ ରାବଣ ଏହାକୁ ଦେଖି ଇର୍ଷାରେ ଜଳି ଯାଇଥିଲା। କେମିତି ଏହି ସ୍ଵର୍ଣ୍ଣ ଲଙ୍କାକୁ କୁବେରଙ୍କ ଠାରୁ ଛଡ଼ାଇ ଆଣିବ, ସେହି ଚିନ୍ତାରେ ସେ ବ୍ୟସ୍ତ ହୋଇ ପଡ଼ିଥିଲା। ଶେଷରେ ନିଜ ଭାଇ ବିଭୀଷଣ, କୁମ୍ଭକର୍ଣ୍ଣଙ୍କୁ ନେଇ ପ୍ରଜାପତି ବ୍ରହ୍ମାଙ୍କୁ ଘୋର ତପସ୍ୟା କରିଥିଲା ରାବଣ। ତାର ଅଟଳ ତପସ୍ୟାରେ ପ୍ରୀତ ହୋଇ ବ୍ରହ୍ମା ତିନି ଜଣଙ୍କୁ ବରପ୍ରଦାନ କରିବାକୁ ଓହ୍ଲାଇ ଆସିଥିଲେ। ପ୍ରଥମେ କୁମ୍ଭକର୍ଣ୍ଣକୁ ବର ଯାଚିଥିଲେ। ମୋହଗ୍ରସ୍ତ କୁମ୍ଭକର୍ଣ୍ଣ ଅଧିକ ସମୟ ଶୋଇବ ବୋଲି ବ୍ରହ୍ମାଙ୍କ ଠାରୁ ବର ଲାଭ କରିଥିଲା। ରାବଣ ନିଜ ବରରେ ଅସୁର, ଦେବତା, କିନ୍ନର, ସର୍ପ, କାହାଦ୍ୱାରା ମରିବ ନାହିଁ ବୋଲି ବର ମାଗିଥିଲା। ବ୍ରହ୍ମା ତାଙ୍କୁ ସେହି ବର ଦେବା ସହିତ ତାର ମୃତ୍ୟୁ ଜଣେ ମାନବ ଦ୍ୱାରା ହେବ ବୋଲି କହିଥିଲେ। ତେବେ ବିଭୀଷଣ ବ୍ରହ୍ମାକୁ ବର ମାଗିଥିଲେ ଯେ ତାଙ୍କ ମନରେ କୌଣସି ପରିସ୍ଥିତିରେ ଅସତ ଚିନ୍ତା ପ୍ରବେଶ ନ କରୁ ଓ ସଦା ସର୍ବଦା ତାଙ୍କ ମନ ଇଶ୍ୱରଙ୍କ ପାଦପଦ୍ମରେ ରହୁ ।ଏଥିରେ ବ୍ରହ୍ମା ପୀତ ହୋଇ ତାଙ୍କୁ ଅମର ବର ଦେଇଥିଲେ। ତେବେ ବ୍ରହ୍ମା ବଳରେ ବଳିୟାନ ରାବଣ ପ୍ରଥମେ ନିଜ ଶକ୍ତି କୁବେରଙ୍କ ସ୍ୱର୍ଣ୍ଣ ଲଙ୍କାକୁ ଆକ୍ରମଣ କରି ଦେଖାଇଥିଲା। ସେ କୁବେରଙ୍କୁ ପରାଜିତ କରି ସ୍ଵର୍ଣ୍ଣ ଲଙ୍କା ଛଡ଼ାଇ ନେବା ସହିତ ଏହାକୁ ନିଜର ରାଜଧାନୀ କରି ଶାସନ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର